‘ସାହୋ’ର ଟିଜର୍ ରିଲିଜ୍

ବାହୁବଳୀ ପରଠାରୁ ପୁଣିଥରେ ପ୍ରଭାସଙ୍କୁ ଆକ୍ସନ୍ ଥ୍ରୀଲର୍ ଫିଲ୍ମରେ ଦେଖିବା ପାଇଁ ସିନେପ୍ରେମୀଙ୍କ ଅପେକ୍ଷା ଶେଷ ହୋଇଛି । ସୁଜିତଙ୍କ ନିର୍ଦ୍ଦେଶିତ ‘ଶାହୋ’ର ଟିଜରରେ ପ୍ରଭାସଙ୍କ ଜବରଦସ୍ତ ଆକସନ୍ ଦୃଶ୍ୟ ଦେଖିବାକୁ ମିଳିଛି । ମାତ୍ର ୧ମିନିଟ୍ ୩୯ ସେକେଣ୍ଡର ଏହି ଟିଜରରେ ଗନ୍ସ ଓ ଦାମୀଗାଡ଼ି ଭରପୁର ରହିଛି । ପ୍ରଥମ ଦୃଶ୍ୟ ଆରମ୍ଭ ହୋଇଛି ଚିନର ଗେଟ୍ ୱେ ଅଫ୍ ହେଭେନରୁ, ଯେଉଁଥିରେ ନଜର ଆସୁଛନ୍ତି ପ୍ରଭାଷ ଓ ଶ୍ରଦ୍ଧା କପୁର୍ । ଏହି ଫିଲ୍ମ ଏକାସାଙ୍ଗରେ ହିନ୍ଦି, ମାଲାୟାଲାମ୍, ତାମିଲ୍, ଓ ତେଲୁଗୁ ଭାଷାରେ ରିଲିଜ୍ କରାଯିବ ।

୨୦୧୮ ଅକ୍ଟୋବର ମାସରେ ପ୍ରଭାସଙ୍କ ଜନ୍ମଦିନରେ ଏହି ଫିଲ୍ମର ପ୍ରଥମ ଟିଜର୍ ରିଲିଜ୍ କରାଯାଇଥିଲା । ୩୦୦କୋଟି ବଜେଟରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଜ୍ୟାକି ସ୍ରଫ୍, ନୀଲ୍ ନିତିନ୍ ମୁକେଶ, ଏଭଲିନ୍ ଶର୍ମା, ଚଙ୍କି ପାଣ୍ଡେ ଓ ମନ୍ଦିରା ବେଦି ମଧ୍ୟ ବିଭିନ୍ନ ଭୂମିକାରେ ନଜର ଆସିବେ । ବାହୁବଳୀ ଭଳି ଏହି ଫିଲ୍ମ ପାଇଁ ମଧ୍ୟ ପ୍ରଭାସ ତାଙ୍କର ଫିଟନେସ୍ ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଏହା ଆସନ୍ତା ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *