ଫି’ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ, ଜାଣନ୍ତୁ କେତେ ଟଙ୍କା ଦାବି କଲେ ସାହିଦ୍

ଜୁନ୍ ୨୧ ତାରିଖରେ ସିନେମାଘରକୁ ଆସିଥିବା ସାହିଦଙ୍କ ଅଭିନୀତ ‘କବୀର୍ ସିଂ’ ରିଲିଜ୍ ହେବାର ମାତ୍ର ୧ ମାସ ମଧ୍ୟରେ ୨୭୦କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ କରିଥିଲା । ଏହି ବ୍ୟବସାୟ ସହିତ ‘କବୀର୍ ସିଂ’ ଚଳିତବର୍ଷ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ତାଲିକାର ୫ମସ୍ଥାନ ଅଧିକାର କରିଛି । ଏହି ସଫଳତା ପରେ ନିଶ୍ଚୟ ଭାବେ ସାହିଦ୍ ନିଜର ପାରିଶ୍ରମିକ ବଢାଇ ଦେବେ ବୋଲି ଚର୍ଚ୍ଚା ହେଉଥିଲା, ଯାହାକି ଏବେ ସତ ହୋଇଯାଇଛି । ସାହିଦ୍ ତାଙ୍କର ତାଙ୍କର ଆଗାମୀ ଫିଲ୍ମ ପାଇଁ ୪୦ କୋଟି ଟଙ୍କା ଫି’ ଦାବି କରିଛନ୍ତି । ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦି ରିମେକ୍ ପାଇଁ ସାହିଦଙ୍କୁ ଆପ୍ରୋଚ୍ କରାଯାଇଥିଲା । ଏହାର କାହାଣୀ ଜଣେ କ୍ରିକେଟରଙ୍କ ସଂଘର୍ଷକୁ ନେଇ ରଚନା କରାଯାଇଛି ।

କହିରଖୁଛୁ ‘କବୀର୍ ସିଂ’ ପୂର୍ବରୁ ସାହିଦଙ୍କ ଫିଲ୍ମ କ୍ୟାରିୟରରେ ଏକ ରକମର ପୁର୍ଣ୍ଣଛେଦ ଲାଗିଯିବା ଭଳି ମନେ ହେଉଥିଲା । କିନ୍ତୁ ‘କବୀର୍ ସିଂ’ ତାଙ୍କର ଫିଲ୍ମ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେଇଛି । ଅଧିକ ବ୍ୟବସାୟ କରିଥିବା ଫିଲ୍ମ ତାଲିକାରେ ଏହି ଫିଲ୍ମ ସାହିଦଙ୍କ ଅଭିନୀତ ସମସ୍ତ ପୂର୍ବ ଫିଲ୍ମର ରେକର୍ଡ଼ ଭାଙ୍ଗିଦେଇଛି । ଯଦି ମେକର୍ସ ସାହିଦଙ୍କ ସର୍ତ୍ତ ମାନିନିଅନ୍ତି, ତେବେ ଏହା ସାହିଦଙ୍କ ଦ୍ୱିତୀୟ ରିମେକ୍ (ତେଲୁଗୁରୁ ହିନ୍ଦୀ)ଫିଲ୍ମ ହେବ ।

Leave a Reply

Your email address will not be published. Required fields are marked *