ବିଏସ୍‌ପିରେ ମିଶିବେ କୃଷ୍ଣଚନ୍ଦ୍ର ସଗରିଆ

କଂଗ୍ରେସରୁ ବହିଷ୍କୃତ ହୋଇଥିବା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବହୁଜନ
ସମାଜପାର୍ଟି(ବିଏସ୍‌ପି)ରେ ଯୋଗଦେବେ। ଖୁବ୍‌ଶୀଘ୍ର ବିଏସ୍‌ପିରେ ଯୋଗଦେବେ ବୋଲି ସେ ଆଜି କହିଛନ୍ତି। ସେ କହିଛନ୍ତି-“ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିଥିଲେ। ତାଙ୍କ ଭାଷଣରୁ ପଛୁଆବର୍ଗଙ୍କ ପାଇଁ କିଛି ମିଳିଲା ନାହିଁ। କଂଗ୍ରେସ କେବଳ ଆଦିବାସୀ ଭୋଟ୍‌ରେ ଶାସନ କରି ଜାଣେ। କିନ୍ତୁ ଆଦିବାସୀଙ୍କ ଉନ୍ନତି ପାଇଁ କଂଗ୍ରେସ କିଛି କରେନାହିଁ। କୃଷ୍ଣଚନ୍ଦ୍ର ସଗରିଆ ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ। ଯେଉଁଥିପାଇଁ ତାଙ୍କୁ ଦଳରୁ ବହିଷ୍କାର ପାଇଁ ଚାପ ପଡ଼ୁଥିଲ। ଶେଷରେ ଏଆଇସିସିର ଅନୁମୋଦନ କ୍ରମେ ରାତି ଅଧିଆ ତାଙ୍କୁ ଦଳର ବରିଷ୍କାର କରାଯାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ କୃଷ୍ଣଚନ୍ଦ୍ର ସଗରିଆ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳନେତା ନରସିଂହ ମିଶ୍ରଙ୍କ ବିରୋଧରେ ବିଷ ଓଗାଳିଥିଲେ।

Leave a Reply

Your email address will not be published.