ଖରାଦିନିଆ ବ୍ରଣ ଓ ଘା’ରୁ ମୁକ୍ତି ଦେବ ସଦାବିହାରୀ

ବିଲହୁଡ଼ା, ପୋଖରୀର ଆଖପାଖ ଜାଗା କିମ୍ବା ରାସ୍ତା କଡ଼ରେ ଥିବା ସଦାବିହାରୀ ଫୁଲ ନିଜର ସୌନ୍ଦର୍ଯ୍ୟତା ପାଇଁ ସମସ୍ତଙ୍କ ପାଖରେ ଆଦୃତ । ଅନେକ ଜଣ ଏହାର ସୁନ୍ଦରତା ପାଇଁ ଏହାକୁ ବାଲକନି କିମ୍ବା ଘର ସାମନାରେ ରଖିଥାନ୍ତି । ସୁନ୍ଦରତା ସହିତ ଏହାର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ସେଥିମଧ୍ୟରୁ ଖରାଦିନିଆ ବ୍ରଣ ଓ ଘା’ର ଉପଚାର କ୍ଷେତ୍ରରେ ଏହା ଏକ ମହୌଷଧି ଭଳି କାମ କରିଥାଏ । ଖରାଦିନରେ ବ୍ରଣ ସମସ୍ୟା, ଏକଜିମା, କୁଣ୍ଡିଆ କିମ୍ବା ଘା’ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଏହାର ଶୀଘ୍ର ଓ ସରଳ ଉପଚାର ଚାହୁଁଥିଲେ ସଦାବିହାରୀ ଏ କ୍ଷେତ୍ରରେ ଖୁବ୍ ସହାୟକ ହେବ ।

ତେବେ ଆସନ୍ତୁ ଜାଣିବା ଏହାକୁ କିପରି ଭାବେ ବ୍ୟବହାର କରିହେବ । –
ପ୍ରଣାଳୀ – ସକାଳେ ଗାଧୋଇବା ପରେ ସଦାବିହାରୀ ଗଛର ପତ୍ର ଓ ଫୁଲ ତୋଳି ଆଣନ୍ତୁ । ଏହାକୁ ଭଲ ଭାବେ ଛେଚି ଏହାର ରସ ବାହାର କରନ୍ତୁ । ସେହି ରସକୁ ବ୍ରଣ ଓ ଘା’ରେ ଲଗାନ୍ତୁ । କିନ୍ତୁ ମନେ ରଖନ୍ତୁ ପତ୍ର କିମ୍ବା ଫୁଲ ଲୋଚା ହୋଇନଥିବା ଆବଶ୍ୟକ । କାରଣ ଲୋଚା ହୋଇଥିବା ପତ୍ର କିମ୍ବା ଫୁଲରେ ପୋକ ଲାଗିଥାଏ । ଏଭଳି ପତ୍ରର ରସ ଲଗାଇବା ଦ୍ୱାରା ତ୍ୱଚାରେ ଅଧିକ ଘା’ ହୋଇଥାଏ । ଏହା ବ୍ୟତୀତ ରସକୁ ହାଲ୍କା ଭାବେ ଓ ଏକ ପତଳା ପରସ୍ତ ଲଗାନ୍ତୁ । ଦିନକୁ ୨ ଥର ଏଭଳି କରିବା ଦ୍ୱାରା ଧୀରେ ଧୀରେ ବ୍ରଣ ଓ ଘା’ ସମସସ୍ୟାରୁ ମୁକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *