‘ସୁପର୍ ଡ୍ୟାନ୍ସର୍ ଚାପ୍ଟର୍ ୩’ର ବିଜୟିନୀ ରୁପସା

କୁନିକୁନି ପିଲାଙ୍କ ଡ୍ୟାନ୍ସ ରିଏଲିଟି ଶୋ’ ‘ସୁପର୍ ଡ୍ୟାନ୍ସର୍ ଚାପ୍ଟର୍ ୩’ର ଗ୍ରାଣ୍ଡ୍ ଫିନାଲେ ଏପିସୋଡ୍ ୨୩ ଜୁନ୍ରେ ପ୍ରସାରିତ ହୋଇଥିଲା । ଏହି ରିଏଲିଟି ଶୋ’ରେ ୬ବର୍ଷିୟ ରୁପସା ବତବୟାଲ୍ ବିଜୟିନୀର ମୁକୁଟ ପିନ୍ଧିଥିଲେ । ରୁପସାଙ୍କୁ ଏହି ସଫଳତା ପାଇଁ ମିଳିଛି ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ଏକ ଚେକ୍ । ରୁପସାଙ୍କ ଟ୍ରେନରଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏହା ସହିତ ଫାଇନାଲ୍ ରାଉଣ୍ଡକୁ ଯାଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲା । ମୁମ୍ବାଇର ତେଜସ୍ ବର୍ମାଙ୍କୁ ରୁପସା ଟକ୍କର ଦେଇ ବିଜୟୀ ହୋଇଥିଲେ । ଫାଇନାଲ୍ ରାଉଣ୍ଡରେ ଥିବା ସମସ୍ତ ପ୍ରତିଯୋଗୀ ନିଜ ନିଜର ଡ୍ୟାନ୍ସ ଗୁରୁଙ୍କ ସହିତ ପରଫର୍ମ କରିଥିଲେ । ଏହି ରାଉଣ୍ଡର ଆକର୍ଷଣ ଥିଲା ଶିଳ୍ପା ସେଟ୍ଟିଙ୍କ ଭାରତନାଟ୍ୟମ୍ ପ୍ରଦର୍ଶନ । ଶିଳ୍ପା ଜଜ୍ ଦାୟିତ୍ୱ ସାରିବା ପରେ ଡ୍ୟାନ୍ସ ପରଫରମାନ୍ସ ଦେଇଥିଲେ । ଶିଳ୍ପାଙ୍କ ପକ୍ଷରୁ ରୁପସାଙ୍କୁ ‘ଗଡେସ୍ ଅଫ୍ ଡ୍ୟାନ୍ସ’ର ଟାଇଟେଲ୍ ମିଳିଛି ।

Leave a Reply

Your email address will not be published. Required fields are marked *