ଧର୍ମେନ୍ଦ୍ରଙ୍କ ମନୋମୁଖୀ କାରବାରକୁ ନେଇ ସଂଘ ଦୁଇ ଫାଳ

ରାଜନୀତିରେ ତିଷ୍ଠି ରହି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନରେ ମସଗୁଲ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେପରି ଦଳର ମୂଳ ଲୋକମାନଙ୍କୁ ଅପମାନିତ କରି ସେମାନଙ୍କ ରାଜନୈତିକ ଜୀବନକୁ ଲୋପ କରିବା ପାଇଁ ଜାଲ ବିଛାଇବାରେ ଲାଗିଛନ୍ତି ତାକୁ ନେଇ ସଂଘ ଏବେ ଦୁଇ ଫାଳ ହୋଇଯାଇଛି। ସଂଘର ଅନେକ ଯୁବ ସମର୍ଥକ ଯେଉଁମାନେ ସୋସାଲ ମିଡ଼ିଆରେ କଂଗ୍ରେସ ବିରୋଧରେ ମନସ୍ତାତ୍ତ୍ୱିକ ଯୁଦ୍ଧ ଚଳାଇଥିଲେ ସେମାନେ ଏବେ ଧର୍ମେନ୍ଦ୍ରଙ୍କ ବିରୋଧରେ ସ୍ୱର ଉଠାଇବାରେ ଲାଗିଛନ୍ତି।

ନିଜ ନେତୃତ୍ୱ ପ୍ରତି ଯେଉଁ ବିଜେପି ନେତାମାନେ ନିଜର ସାଂଗଠନିକ କ୍ଷମତା ବଳରେ ଭବିଷ୍ୟତରେ ବିପଦ ସୃଷ୍ଟି କରିବାର ଆଶଙ୍କା ଥିଲା ସେମାନଙ୍କୁ ବିଜେପିର ତଥାକଥିତ ମୁଖ୍ୟମନ୍ତ୍ରୀ ସ୍ୱପ୍ନଧାରୀ ନେତା ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ କଳକୌଶଳ ନିର୍ବାଚନରୁ ଦୂରେଇ ରଖିବାରେ ସମର୍ଥ ହୋଇଛନ୍ତି। ବରଗଡ଼ର ସୁବାଷ ଚୌହ୍ୱାନଙ୍କୁ ଦଳୀୟ ଟିକଟରୁ ବଞ୍ଚିତ କରିଥିବାବେଳେ ସୁରେଶ ପୂଜାରୀଙ୍କୁ ବିପଳ ନେତାଭାବେ ସାବ୍ୟସ୍ତ୍ୟ କରିବା ଉଦ୍ଦେଶ୍ୟରେ ତାଙ୍କ ସମ୍ୱଲପୁର ଆସନରୁ ବଞ୍ଚିତ କରି ବରଗଡ଼କୁ ପଠାଇ ଦେଇଛନ୍ତି। ସମ୍ୱଲପୁରରେ ମତଦାତାମାନେ ଚିହ୍ନି ନଥିବା ନିଜର ଅନୁଗତ ନିତେଶ ଗଙ୍ଗଦେବଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀରେ ସରପଞ୍ଚ ପ୍ରାର୍ଥୀଙ୍କୁ ଜିତାଇ ପାରିନଥିବା ବିଜେପି ରାଜ୍ୟସଭାପତି ବସନ୍ତ ପଣ୍ଡାଙ୍କୁ କଳାହାଣ୍ଡିରେ ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ପ୍ରାର୍ଥୀ କରାଯାଇଛି।

ଧର୍ମେନ୍ଦ୍ରଙ୍କ ଏତାଦୃଶ ନେତା ମାରଣ ନୀତି ଯୋଗୁଁ ସୋସାଲ ମିଡ଼ିଆରେ ବିଜେପିର ପ୍ରଚାର କରିବା ସହିତ କଂଗ୍ରେସକୁ ପ୍ରତିଦିନ ନିନ୍ଦା କରୁଥିବା ସଂଘର କର୍ମୀମାନେ ଏବେ ବିଦ୍ରୋହ କରିବା ଆରମ୍ଭ କରିଦେଇଛନ୍ତି। ସୋସାଲ ମିଡ଼ିଆରେ ଜଣାଶୁଣା ସଂଘର କର୍ମୀମାନେ ଧର୍ମେନ୍ଦ୍ରଙ୍କୁ ବିରୋଧ କରିବା ସହିତ ତାଙ୍କ ସମର୍ଥୀତ ପ୍ରାର୍ଥୀମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ଟିକଟ ପାଇଥିବା ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ନିର୍ବାଚନରେ ଅମାନତ ହରାଇବେ ବୋଲି ସଂଘର ଏହି କର୍ମମାନେ ଦୃଢ଼ୋକ୍ତି କରିଛନ୍ତି।

ରାଜ୍ୟରେ ବିଜେପି ପାଇଁ ଯେଉଁ ଦୁର୍ଗତୀ ଆସିଛି ତାହାକୁ ସମାଧାନ କରିବା ଦିଗରେ କେନ୍ଦ୍ରୀୟ ନେତାମାନେ ହସ୍ତକ୍ଷେପ କରି ଧର୍ମେନ୍ଦ୍ରଙ୍କ ମେରୀ ରାୟ ନୀତିରେ ପୂର୍ଣ୍ଣଛେଦ ନ ପକାଇଲେ ରାଜ୍ୟରେ ସଂଗଠନ ଲୋପ ପାଇବ ବୋଳି ସେମାନେ ସତର୍କ କରିଦେଇଛନ୍ତି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ମୋଦିଙ୍କ ପରେ କିଏ?

ବିଜେପି ଛାଡ଼ିଲେ ସୁବାସ ଚୌହ୍ୱାନ

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

Leave a Reply

Your email address will not be published. Required fields are marked *