ନୂଆ ୨୦ ଟଙ୍କିଆ ନୋଟ୍‌ ଫଟୋ ଜାରି କଲା ଆରବିଆଇ

ଭାରତୀୟ ରିଜର୍ଭ ବ୍ୟାଙ୍କ ଶୀଘ୍ର ୨୦ ଟଙ୍କାର ନୂଆ ନୋଟ ଜାରି କରିବାକୁ ଯାଉଛି । ଏନେଇ ଆରବିଆଇ ପକ୍ଷରୁ ଘୋଷଣା ମଧ୍ୟ ହୋଇଛି । ମହାତ୍ମା ଗାନ୍ଧୀ ନ୍ୟୁ ସିରିଜ ଅନୁସାରେ ବଜାରକୁ ଆସିବାକୁ ଥିବା ନୂଆ ନୋଟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ହସ୍ତାକ୍ଷର ରହିବ ।

ଆରବିଆଇ ପକ୍ଷରୁ ଜାରି କରାଯାଇଥିବା ବୟାନରେ କହୁଯାଇଛି ଯେ, ନୂଆ ୨୦ ଟଙ୍କିଆ ନୋଟର ଟିକେ ସବୁଜ-ହଳଦୀଆ ରଙ୍ଗର । ନୋଟର ପଛପଟେ ଦେଶର ସଂସ୍କୃତିକୁ ଦର୍ଶାଉଥିବା ଏଲୋରା ଗୁମ୍ପାକୁ ଚିତ୍ରିତ କରାଯାଇଛି । ଏହା ସହ ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପୂର୍ବରୁ ଚାଲୁଥିବା ୨୦ ଟଙ୍କିଆ ବୈଧ ରହିବ । ନୂଆ ନୋଟର ଆକାର ୬୩ mm :୧୨୯ mm ରହିବ ।

ସୂଚନାଯୋଗ୍ୟ ଯେ ୨୦୧୬ରେ ହୋଇଥିବା ବିମୁଦ୍ରିକରଣ ପରେ ୫୦୦,୨୦୦୦, ୨୦୦,୧୦୦, ୫୦ ଏବଂ ୧୦ ଟଙ୍କାର ନୂଆ ନୋଟ ବଜାରକୁ ଛଡାଯାଇଛି ।

Leave a Reply

Your email address will not be published.