୧.୬ କ୍ୟୁଣ୍ଟାଲ୍ ଗଞ୍ଜେଇ ଓ ୫୫୦ ପାରା ଜବତ କଲା ରେଳବାଇ ପୁଲିସ
ଭୁବନେଶ୍ଵର, (ଓଟି): ଦୁଇଟି ପୃଥକ ଘଟଣାରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ( ଆରପିଏଫ୍) ଟ୍ରେନରେ ଚୋରାଚାଲାଣ କରାଯାଉଥିବା ୫୫୦ ଟି ପାରାଙ୍କୁ ଉଦ୍ଧାର କରିଛି। ବଲାଙ୍ଗୀର ଷ୍ଟେସନରୁ ଏତେ ସଂଖ୍ୟାରେ ପାରାଙ୍କୁ ଉଦ୍ଧାର କରିବାର ଖବର ଆସିବା ପରେ ଢେଙ୍କାନାଳ ଷ୍ଟେସନ୍ରେ ସେହିପରି ଏକ ଚୋରାଚାଲାଣ ଖବର ପାଇଁ ଆର୍ପିଏଫ୍ ୧୬୦ କିଲୋ ଗଞ୍ଜେଇ ଜବତ କରିଛି।
୫୫୦ ପାରା
ବଲାଙ୍ଗୀର ଷ୍ଟେସନଠାରେ ରେଳବାଇ ସୁରକ୍ଷାବଳ ପାଖରେ ଖବର ପହଞ୍ଚିଥିଲା ଯେ, ଜଣେ ବ୍ୟକ୍ତି ୭ଟି ଟୋକେଇରେ ପାରା ଚାଲାଣ କରୁଛନ୍ତି। ଏହିପରି ବେଆଇନ ସୂଚନାକୁ ଭିତ୍ତିକରି ପୁଲିସ ପକ୍ଷରୁ ହାଓଡ଼ା-ଜଗଦଲପୁର ସମଲେଶ୍ଵରୀ ଏକ୍ସପ୍ରେସ୍ରେ ଚଢ଼ାଇ କରାଯାଇଥିଲା। ଚଢ଼ଉପରେ ଜାଣିବାକୁ ପାଇଚଇ ଯେ, ଏହି ଟ୍ରେନର ସାଧାରଣ ଦ୍ଵିତୀୟ ଶ୍ରେଣୀ ବଗିରୁ ବେଆଇନ ଭାବେ ପରିବହନ କରାଯାଉଥିଲା। ମାମଲା ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଚୋରା ଚାଲାଣ କରୁଥିବା ବ୍ୟକ୍ତି ସହ ପାରାଗୁଡ଼ିକୁ ବନବିଭାଗ ହାତକୁ ହସ୍ତାନ୍ତର କରାଯାଇଛି।
୧.୬ କ୍ୟୁଣ୍ଟାଲ୍ ଗଞ୍ଜେଇ
ଢେଙ୍କାନାଳ ସ୍ଥିତ ରେଳବାଇ ସୁରକ୍ଷାବଳ ଓ ଖୋର୍ଦ୍ଧା ସ୍ଥିତ ରେଳବାଇ ସୁରକ୍ଷାବଳ ଅପରାଧ ଗୁଇନ୍ଦା ବିଭାଗ ଦ୍ୱାରା ଢେଙ୍କାନାଳ ସ୍ଥିତ କୁଞ୍ଜକଣ୍ଟା ଠାରେ ଗୋଟିଏ ଦୋକାନ ଉପରେ ମିଳିତ ଚଢ଼ଉ କରାଯାଇ ଜଣକୁ ଗିରଫ କରିବା ସହିତ ଚାରି ବସ୍ତା (୧୬୦ କି.ଗ୍ରା.) ଗଞ୍ଜେଈ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ତାଙ୍କ ହେବ।
ଏଠାରେ ଦର୍ଶାଯାଇପାରେ ଯେ ଗତ ୧୧ ତାରିଖ ଦିନ ଚଳନ୍ତା ହାଓଡ଼ା-ସମ୍ବଲପୁର ଏକ୍ସପ୍ରେସ ରୁ ଗଞ୍ଜେଈବସ୍ତା ଫୋପାଡିବା ଘଟଣାରେ ରେଳଧାରଣରେ କାର୍ଯ୍ୟକରୁଥିବା ତିନି ଜଣ ରେଳବାଇ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ର ସୁରାକ ପାଇରେଳବାଇ ସୁରକ୍ଷାବଳ ଢେଙ୍କାନାଳ ସ୍ଥିତ କୁଞ୍ଜକଣ୍ଟା ଠାରେ ଏକ ଦୋକାନ ଉପରେ ଚଢ଼ଉ କରି ଜଣକୁ ଗିରଫ କରିବା ସହିତ ଚାରି ବସ୍ତା ଗଞ୍ଜେଈ ଜବତ କରିଥିଲେ।
ଗିରଫ ବ୍ୟକ୍ତି ଏହି ଅଞ୍ଚଳରେ ଗଞ୍ଜେଈ ଚୋରାଚାଲାଣ କାରବାରର ମୁଖ୍ୟ ଅଭିଯୁକ୍ତ ଅଟନ୍ତି ଯିଏକି ନିଜ ସାନଭାଇ ସହାୟତାରେ ଏହି ବେଆଇନ ବ୍ୟବସାୟ କରିଥାଏ। ରେଳବାଇ ସୁରକ୍ଷାବଳ ଅଭିଯୁକ୍ତକୁ ଢେଙ୍କାନାଳ ସ୍ଥିତ ଏସଡ଼ିଜେଏମ କୋର୍ଟରେ ହଜାର କରାଇଛନ୍ତି।