ଶରଣାର୍ଥୀଙ୍କ ଦୁଃଖ ଅନୁଭବ କରିଛି…

ଭୁବନେଶ୍ୱର(ଓଟି): ସିଏଏକୁ ମୁଁ ଠିକ୍‌ରେ ବୁଝିପାରିଛି। ଶରଣାର୍ଥୀଙ୍କ ଦୁଃଖ କଣ ଅନୁଭବ କରିପାରିଛି। କାରଣ ମୋ ବାପା ହେଉଛନ୍ତି ବାଂଲାଦେଶର। ଆଜି ମୋ ବାପା ବଞ୍ଚିଥିଲେ ଖୁବ୍ ଖୁସି ହୋଇଥାନ୍ତେ। ତେବେ କେତେକ ଲୋକେ ଏହାକୁ କାହିଁକି ବିରୋଧ କରୁଛନ୍ତି ତାହା ସେମାନଙ୍କର ଭ୍ରାନ୍ତ ଧାରଣା- କେବଳ ଅପପ୍ରଚାର। ବିଜେପି ନେତ୍ରୀ ରୁପା ଗାଙ୍ଗୁଲି ଏଭଳି ମନ୍ତବ୍ୟ ଦେଇଛନ୍ତି।

ସିଏଏ ସପକ୍ଷରେ ବିଜେପିର ଚାଲିଥିବା ଜନ ଜାଗରଣ ଅଭିଯାନ ପରିପ୍ରେକ୍ଷୀରେ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଥିବା ରୁପା ଗାଙ୍ଗୁଲି କହିଛନ୍ତି ଯେ- ୧୯୪୭ରୁ  ଭାରତକୁ ଯେତେ ଲୋକ ଆସିଛନ୍ତି ସେମାନଙ୍କୁ ବିଭିନ୍ନ ଦଫାରେ ନାଗରିକତା ଦିଆଯାଇଛି। କିନ୍ତୁ ଅନେକ ଲୋକଙ୍କୁ ନାଗରିକତା ମିଳି ନଥିଲା। କିନ୍ତୁ ଏହି କାମକୁ ମୋଦି ସରକାର ସରଳ କରିଦେଇଛନ୍ତି। କିନ୍ତୁ କଂଗ୍ରେସ ସମେତ ଏହାର ସହଯୋଗୀ ଦଳ ଏବଂ ଅନ୍ୟ କେତେକ ଗୋଷ୍ଠୀ  ଏହି ଆଇନ ନେଇ ଭୁଲ ଧାରଣା ସୃଷ୍ଟି କରିବା ସହ ଲୋକଙ୍କୁ ଆନ୍ଦୋଳନ କରିବାକୁ ଉସୁକାଉଛନ୍ତି। ତେଣୁ ଆଇନ ସମ୍ପର୍କରେ ଠିକ୍‌ ବାର୍ତ୍ତା ଦେବା ପାଇଁ ଲୋକଙ୍କୁ ଦଳ ପକ୍ଷରୁ ସଚେତନ କରାଯାଉଛି ବୋଲି ରୁପା କହିଛନ୍ତି। ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ରୁପା ଉଦ୍‌ବୋଧନ ଦେଇଥିଲେ। ସେହିପରି ଅନ୍ୟାନ୍ୟ ସ୍ଥାନରେ ସେ ସିଏଏ ସମ୍ପର୍କିତ ସଚେତନତା ବାର୍ତ୍ତା ବାଣ୍ଟିଥିଲେ।

Leave a Reply

Your email address will not be published. Required fields are marked *