ରାଜନୀତିକୁ ଆସିବେ ରବର୍ଟ

ରାଜନୀତିରେ ପ୍ରିୟଙ୍କାଗାନ୍ଧୀ ଭଦ୍ରା ସକ୍ରିୟ ହେବାପରେ ଗାନ୍ଧୀ ପରିବାର ଚର୍ଚ୍ଚିତ ଜାମାତା ତଥାତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ବି ସକ୍ରିୟ ରାଜନୀତିରେ ଯୋଗ ଦେବେ ବୋଲି ସଂକେତ ମିଳିଛି। ରବର୍ଟ ଭଦ୍ରା ନିଜର ଫେସବୁକ୍ପୋଷ୍ଟରେ ଏକଥାର ସଂକେତ ଦେଇଛନ୍ତି। ସେ ଫେସବୁକରେ ଲେଖିଛନ୍ତି ଏକ ଦଶକରୁ ଅଧିକ ସମୟ ହେବ ବିଭିନ୍ନ ସରକାର ତାଙ୍କୁ ବଦନାମ କରିବା ଲାଗି ପ୍ରଚେଷ୍ଟା କରିଛନ୍ତି। ସେମାନେ ମୋ ନାଆଁ ବ୍ୟବହାର କରି ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇଛନ୍ତି। ଦେଶର ଜନତା ବୁଝି ଗଲେଣି ଯେ ଏହି ଅଭିଯୋଗଗୁଡିକରେ କୌଣସି ସତ୍ୟତା ନାହିଁ। ଲୋକେ ମୋ’ ପାଖକୁ ଆସି ସମ୍ମାନ ପ୍ରଦର୍ଶନ କରୁଛନ୍ତି ଓ ମୋତେ ଭବିଷ୍ୟତ ପାଇଁ ଶୁଭ କାମନା ଦେଉଛନ୍ତି। ମୁଁ ଦେଶର ବିଭିନ୍ନ ଅଞ୍ଚଳକୁ ଯାଇଛି। ଉତ୍ତର ପ୍ରଦେଶ ପାଇଁ ମୋତେ କିଛି କରିବାର ଅଛି। ଲୋକଙ୍କ ସେଠାରେ ନିଜକୁ ସମର୍ପିତ କରିବା ମୋର ଆବଶ୍ୟକ’। ରବର୍ଟ ଭଦ୍ରାଙ୍କ ଏହି ଫେସବୁକ୍ପୋଷ୍ଟ ଭାଇରାଲ୍ହେବା ପରେ ଏବେ ଚର୍ଚ୍ଚା ହେଉଛି ଯେ, ରବର୍ଟ ଭଦ୍ରା ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରିବେ। ଏବେ ରବର୍ଟ ଭଦ୍ରା କଳା ଟଙ୍କା ଧଳା କରିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାର ସମ୍ମୁଖୀନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *