ଜୋତାର ଦାମ୍ ୨୭ ଲକ୍ଷ ଟଙ୍କା, ଜାଣନ୍ତୁ ଋଷି କପୁରଙ୍କ ପ୍ରତିକ୍ର୍ରିୟା
କ୍ୟାନ୍ସର୍ ଚିକିତ୍ସା କରାଇବା ପାଇଁ ଅନେକ ଦିନ ହେଲା ଋଷି କପୁର୍ ନ୍ୟୁୟର୍କରେ ଅଛନ୍ତି । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ନିଜ ପରିବାର ସହିତ ସେ ନ୍ୟୁୟର୍କ ରହଣୀ ଉପଭୋଗ କରୁଥିବାର ବିଭିନ୍ନ ଫଟୋ ସୋସିଆଲ୍ ମିଡିଆରେ ଘୁରିବୁଲୁଛି । ନିକଟରେ ଆଉ ଏକ ଫଟୋ ଅପଲୋଡ୍ ହୋଇଛି, ଯେଉଁଥିରେ ଋଷି ନ୍ୟୁୟର୍କର ସବୁଠାରୁ ବଡ଼ ସ୍ନିକର୍ ଷ୍ଟୋରରେ ଅଛନ୍ତି ଏବଂ ଏହାକୁ ନେଇ ସେ କିଛି ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ ଅନୁଯାୟୀ ଋଷି କହିଛନ୍ତି ଯେ ‘ସେ ଷ୍ଟୋରରେ ଥିବା ଗୋଟିଏ ହଳ ଜୋତାର ଦାମ୍ ହେଉଛି ୨୭ ଲକ୍ଷ ଟଙ୍କା । ସେଠାରେ ୩ ଲକ୍ଷରୁ ଆରମ୍ଭ କରି ୨୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋତା ରହିଛି । ଗୋଟିଏ ହଳ ଜୋତାର ଦାମ୍ ୨୭ ଲକ୍ଷ ଟଙ୍କା! ଏହା ଆଶ୍ଚର୍ଯ୍ୟଜନକ ।
ସେହିସବୁ ଜୋତାର ଦାମ୍ ଦେଖିବା ପରେ ଗୋଟିଏ ଲୋକକଥା ମନେ ପଡ଼ିଲା । ଜୋତା ସୁନାର ହେଉ କିମ୍ବା ଚାନ୍ଦିର ତାହାକୁ ପାଦରେ ହିଁ ପିନ୍ଧାଯାଇଥାଏ । ତେଣୁ ୨୭ ଲକ୍ଷ ଟଙ୍କାର ଏକ ଜୋତା କିଣିବା ଏକ ପ୍ରକାର ପାଗଳାମୀ । ଋଷିଙ୍କ ଏଭଳି କିଛି ଟ୍ୱିଟ ପରେ ପ୍ରଶଂସକ ଓ ସମାଲୋଚକଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଫନି ମେସେଜ୍ ଦେଖିବାକୁ ମିଳୁଛି ।