ନାରାୟଣମୂର୍ତ୍ତିଙ୍କ ଜ୍ୟୋଇଁ ହେଲେ ବ୍ରିଟେନ୍ର ଅର୍ଥମନ୍ତ୍ରୀ
ଇନ୍ଫୋସିସ୍ ପ୍ରତିଷ୍ଠାତା ଶିଳ୍ପପତି ରାମମୂର୍ତ୍ତି ନାରାୟଣସ୍ଵାମୀଙ୍କ ଜ୍ୟୋଇଁ ଋଷି ସୁନକ୍ ବ୍ରିଟେନ୍ର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରଧାମନ୍ତ୍ରୀ ବୋରିସ୍ ଜନ୍ସନ୍ ତାଙ୍କ କ୍ୟାବିନେଟ୍କୁ ସଂମ୍ପ୍ରସାରଣ କରିବା ସମୟରେ ଏହା ଘୋଷଣା କରିଛନ୍ତି। ଜନ୍ସନ୍ ଦୁଇମାସ ତଳେ ନିଜ ସରକାର ଗଠନ କରିଥିଲେ। ସେତେବେଳେ ମୂଳ ପାକିସ୍ତାନୀ ବଂଶଧର ସାଜିଦ୍ ଜାଭେଦ୍ଙ୍କୁ ସେ ଅର୍ଥମନ୍ତ୍ରୀ ( ଚାନ୍ସେଲର ଅଫ୍ ଦି ଏକ୍ସଚେକର) ପଦବୀରେ ଅଳାଂକୃତ କରିଥିଲେ। ଏହିଭଳି ଏକ ସର୍ବୋଚ୍ଚ ପଦବୀ ୟୁରୋପୀୟ ମହାଦେଶରେ ଅର୍ଜନ କରିବାରେ ସେ ପ୍ରଥମ ଏସୀୟ ବୋଲି ସେତେବେଳେ ମିଡିଆରେ ଚର୍ଚା ହୋଇଥିଲା।
ଏହାସହ ଜନ୍ସନ୍ ତାଙ୍କର କ୍ୟାରବିନେଟ୍ର ପପ୍ରମୁଖ ପଦବୀରେ ଅନ୍ୟ ଦୁଇଜଣ ଭାରତୀୟଙ୍କୁ ସ୍ଥାନ ଦେଇଛନ୍ତି। ସେମାନେ ହେଲେ ପ୍ରୀତି ପଟେଲ୍ ଏବଂ ଆଲୋକ ଶର୍ମା। ଆଲୋକ ଶର୍ମା ବିଜ୍ନେସ୍ ସେକ୍ରେଟାରୀ ଭାବେ ଦାୟିତ୍ଵ ନେଇଥିବା ବେଳେ ପ୍ରୀତି ଗଲଶ ଦୁଇମାସ ହେଲା ହୋମ୍ ସେକ୍ରେଟାରୀ ଦାୟିତ୍ଵ ତୁଲାଉଛନ୍ତି।