ଋଷି କପୁରଙ୍କ ଦେହାନ୍ତ, କ୍ୟାନ୍ସରରେ ପୀଡ଼ିତ ଥିଲେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପୁରୁଖା ହିନ୍ଦି ଫିଲ୍ମ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲ୍ରେ ତାଙ୍କ ମୃତ୍ୟୁ ବେଳକୁ ୬୭ ବର୍ଷ ହୋଇଥିବା ଜଣାପଡ଼ିଛି। ସେ ଦୀର୍ଘଦିନ ହେଲା କ୍ୟାନ୍ସରରେ ପୀଡ଼ିତ ଥିଲେ। ଗଲା କିଛିଦିନ ତଳେ ଯୁକ୍ତରାଷ୍ଟ୍ର ଆମେରିକାରୁ କ୍ୟାନ୍ସର ପାଇଁ ଚିକିତ୍ସିତ ହୋଇ ମୁମ୍ବାଇ ଫେରିଥିଲେ।
ବୁଧବାରଦିନ ନିଃଶ୍ଵାସ ନେବାରେ ଅସୁବିଧା ଅନୁଭବ କରିବା ହେତୁ ତାଙ୍କୁ ତାଙ୍କ ପରିବାର ଲୋକେ ହସ୍ପିଟାଲ୍କୁ ନେଇଥିଲେ। ସେଠାରେ ତାଙ୍କ ମୃତ୍ୟୁ ଘଟିଛି।
ଗତକାଲି ଅନ୍ୟତମ ଅଭିନେତା ଇର୍ଫାନ୍ ଖାଁଙ୍କ ମୃତ୍ୟୁ ସାରା ଭାରତର ଫିଲ୍ମ ପ୍ରେମୀଙ୍କୁ ନିରାଶ କରିଥିଲା। ଆଜି ଋଷିଙ୍କ ମୃତ୍ୟୁ ଏହି ପରିସ୍ଥିତିକୁ ଆହୁରି ଜଟିଳ କରିଛି।
ପୁରୁଖା ଅଭିନେତା ଅଭିତାଭ୍ ବଚନ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟରରେ ସେ କହିଛନ୍ତି , ‘ଆଇ ଆମ୍ ଡେଷ୍ଟ୍ରଏଡ୍’।
ଏପ୍ରିଲ୍-୨ ତାରିଖରୁ ସେ ଟ୍ବିଟରରେ ନୀରବ ରହିଛନ୍ତି।
ଅମର ଆକବର ଆନ୍ଥୋନୀ, ଲୈଲା ମଜନୁ, ଚକ୍କର, ସରକମ୍, କର୍ଜ, ବୋଲ ରାଧା ବୋଲ୍, ଚାନ୍ଦନୀ ଭଳି ହିଟ୍ ଫିଲ୍ମ ସେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଦେଇଛନ୍ତି। ହଲିଉଡ୍ ଫିଲ୍ମ ଇଣ୍ଟର୍ନୋରେ ତାଙ୍କୁ ଦେଖିବାକୁ ମିଳିଥିଲା।