ଓଡ଼ିଶାରେ ଉତ୍ତରାଖଣ୍ଡ ରାଜନୀତିର ପ୍ରଭାବ; ବାପା ବିଜେଡିରେ-ପୁଅ ବିଜେପିରେ

ଉତ୍ତରାଖଣ୍ଡରେ ଯେପରି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ସି. ଖଣ୍ଡୁରୀଙ୍କ ପୁଅ ମନିଶ ଖଣ୍ଡୁରୀ ବାପାଙ୍କ ଦଳ ଛାଡି ଯେପରି କଂଗ୍ରେସରେ ଯୋଗ ଦେଇଛନ୍ତି ସେହିପରି ଓଡ଼ିଶାରେ ବିଜେଡିର ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷବ ନନ୍ଦ ଆଜି ବାପାଙ୍କ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି।

ପ୍ରଶାନ୍ତ ନନ୍ଦ ବିଜେପିରେ ଥିବାବେଳେ ବେଗୁନିଆରୁ ଲଢି ବିଜୟୀ ହେବା ସହିତ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିଲେ। ଏହାପରେ ଏନସପିରୁ ଲଢି ମଧ୍ୟ ବେଗୁନିଆରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ।

ଚଳିତ ନିର୍ବାଚନରେ ବେଗୁନିଆ ବିଧାନସଭା ଆସନରୁ ତାଙ୍କ ଋଷଭକୁ ଦଳ ପ୍ରାର୍ଥୀ କରିବାକୁ ସାଂସଦ ଶ୍ରୀ ନନ୍ଦ ମଧ୍ୟ ଇଛା ପ୍ରକାଶ କରୁଥିଲେ। କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏ ଦିଗରେ ନିର୍ଭର ପ୍ରତିଶ୍ରୁତି ଦେଇନଥିଲେ।

ବିଜେଡିରୁ ଋଷଭ ନିରାଶ ହେବା ପରେ ବେଗୁନିଆରୁ ପ୍ରାର୍ଥୀ ହେବା ଆଶାରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। କାରଣ ବେଗୁନିଆରେ ବିଜେପିର କୌଣସି ଜଣାଶୁଣା ନେତା ପ୍ରାର୍ଥୀ ହେବାକୁ ନଥିବାରୁ ଋଷଭ ସେଠାରୁ ପ୍ରାର୍ଥୀ ହୋଇପାରିବେ।

Leave a Reply

Your email address will not be published.