ସାରା ଜୀବନ କୁଆଁରୀ ରହିବାକୁ ଚାହୁଁଛନ୍ତି ବିଜେପିର ଏହି ନେତ୍ରୀ
ବଲିଉଡ ଇଣ୍ଡଷ୍ଟ୍ରି ସମୟ ସହିତ ପରିବର୍ତ୍ତନ ହୋଇଗଲାଣି। ବଲିଉଡ ଇଣ୍ଡଷ୍ଟ୍ରିରେ ନୂଆ ଚେହେରା ଆସିବା ପରେ ପୁରୁଣା ଚେହେରା ଗାୟବ ହେବାକୁ ବସିଲେଣି। କିନ୍ତୁ ଏପରି ଏକ ସମୟ ଥିଲା ଯେ ପୁରୁଣା ଷ୍ଟାରମାନେ ମଧ୍ୟ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ମତୁଆଲା କରିବା ସହ ବଲିଉଡ ଅଭିନେତାଙ୍କୁ ମଧ୍ୟ ମତୁଆଲା କରିଥିଲେ।

ଆମେ ଯାହା କଥା କହୁଛୁ ସେ ହେଉଛନ୍ତି ବଲିଉଡ ଅଭିନେତ୍ରୀ ରିମି ସେନ୍। ରିମି ସେନ୍ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଏବଂ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ରିମି ସେନ୍ କେବଳ ଜଣେ ବଲିଉଡ ଅଭିନେତ୍ରୀ ନୁହଁନ୍ତି ସେ ଜଣେ ଭଲ ମଡେଲ୍ ମଧ୍ୟ। ସେ ଟେଲିଭିଜନର ସବୁଠୁ ବିବାଦୀୟ ଶୋ ବିଗ୍ ବସରେ ନଜର ଆସିଥିଲେ। ରିମି ଦେଖିବାକୁ ବହୁତ ସୁନ୍ଦର ହୋଇଥିବା ସହ ବହୁତ ଷ୍ଟାଇଲିସ୍ ମଧ୍ୟ। ସେ ‘ହଙ୍ଗାମା’,‘ଫିର ହେରାଫେରି’,‘ଦିଓ୍ବାନେ ହୁଏ ପାଗଲ’,‘ଗରମ ମସାଲା’,‘ଧୁମ୍’,‘କ୍ୟୁଁ କି’,‘ଗୋଲମାଲ’ ,‘ବାଗବାନ’,‘ଜନି ଗଦ୍ଦର’,‘ହ୍ୟାଟ୍ରିକ୍’,‘ଦେ ତାଲି’,‘ହର୍ଣ୍ଣ ଓକେ ପ୍ଲିଜ’,‘ଶଗୀର୍ଦ’,‘ଶଙ୍କତ ସିଟି’,‘ଥ୍ୟାଙ୍କ ୟୁ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ଦର୍ଶକମାନେ ଏସବୁ ଫିଲ୍ମ ଦେଖିବା ପରେ ତାଙ୍କ ଅଭିନୟର ପ୍ରଶଂସା କରିଥିଲେ। କିନ୍ତୁ ରିମି ବର୍ତ୍ତମାନ ଅଭିନୟ ଜଗତରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି।
ଏପରି କୁହାଯାଉଛି ଯେ ତାଙ୍କୁ ବଲିଉଡରେ କାମ ମିଳୁନାହିଁ। ରିମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଭାବିତ ହେବା ପରେ ୨୦୧୭ମସିହାରେ ରାଜନୀତିରେ ଯୋଗ ଦେଇଛନ୍ତି। ରିମିଙ୍କୁ ଦେଖି ଲାଗୁଛି ଯେ ତାଙ୍କ ଫିଲ୍ମ କ୍ୟାରିୟରର ଅନ୍ତ ଘଟିଛି। ତାଙ୍କୁ ବିବାହ ବିଷୟରେ ଯେତେବେଳେ ପଚରାଯାଇଥିଲା ସେ କହିଥିଲେ ଯେ ସେ କେବେ ବିବାହ କରିବେ ନାହିଁ। ରିମିଙ୍କୁ ପ୍ରେମରେ ଧୋକା ହୋଇଥିବାରୁ ସେ କେବେ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଫିଲ୍ମ କ୍ୟାରିୟର ଅନ୍ତ ଘଟିବାରୁ ସେ ରାଜନୀତିରେ ପାଦ ଥାପିଛନ୍ତି। କିନ୍ତୁ ରାଜନୀତିରେ ସେ ସକ୍ରିୟ ନାହାନ୍ତି।