ଭାତ ରାନ୍ଧିବା ପୂର୍ବରୁ କରୁଛନ୍ତି କି ଏହି ଭୁଲ୍, ହୋଇପାରେ ଅଶୁଭ
ଆମର ଶାସ୍ତ୍ର ପୁରାଣରେ ରାନ୍ଧିବା ଶୈଳୀ ସମ୍ପର୍କରେ ଅନେକ ବିଧିବିଧାନ ଲେଖା ଅଛି । ସେଥି ମଧ୍ୟରୁ କିଛି ନିୟମ ରହିଛି, ଯାହାକୁ ଆମେ ପ୍ରତିଦିନ ଆପଣାଇଥାଉ । କିନ୍ତୁ ଅନେକ ସମୟରେ ଅଜାଣତରେ ଏଭଳି କିଛି ଭୁଲ୍ ହୋଇଯାଏ, ଯାହାକି ପରିବାର ପାଇଁ ଅଶୁଭ ହୋଇପାରେ । ଭାତ ରାନ୍ଧିବା ପୂର୍ବରୁ ଥିବା ଏକ ନିର୍ଦ୍ଦିଷ୍ଟ ନିୟମକୁ ସବୁଦିନେ ପାଳନ କରନ୍ତୁ । ଏଭଳି ନ କରିବା ଦ୍ୱାରା ପରିବାରରେ କହଳ, ସ୍ୱାସ୍ଥ୍ୟହାନୀ ଓ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ତାହେଲେ ଆସନ୍ତୁ ଜାଣିବା ଭାତ ରାନ୍ଧିବା ପୂର୍ବରୁ କ’ଣ କରିବେ ।-
୧- ପ୍ରତିଦିନ ସାଧାରଣ ଭାବେ ଭାତ ରାନ୍ଧୁଥିଲେ ଚାଉଳକୁ ଦୁଇଥର ଧୋଇବା ଉଚିତ୍ । କାରଣ କେବଳ ଅଶୋଚ କିମ୍ବା ଶୋକଘରେ ହିଁ ଗୋଟିଏ ଥର ଚାଉଳ ଧୋଇବା ନିୟମ ରହିଛି । ତେଣୁ ପ୍ରତିଦିନ ୨ ଥର ଚାଉଳ ଧୋଇ ଭାତ ରାନ୍ଧନ୍ତୁ ।
୨- ଯଦି ପୂଜା ପାଇଁ ଖେଚୁଡ଼ି, ଅନ୍ନ ଭୋଗ କିମ୍ବା ଖିରୀ କରୁଥାନ୍ତି, ତାହେଲେ ଚାଉଳକୁ ୩ଥର ଧୁଅନ୍ତୁ । ଏଭଳି ନ କରିବା ଦ୍ୱାରା ପୂଜା ପାଇଁ ପ୍ରସ୍ତୁତ ଅନ୍ନ ପବିତ୍ର ନୁହେଁ ବୋଲି ଧରାଯାଏ ।
୩- ପୂଜା ପାଇଁ ଅନ୍ନ ରାନ୍ଧିବା ପୂର୍ବରୁ ଚାଉଳରୁ ଖୁଦ ଓ ଖଣ୍ଡ ଚାଉଳକୁ ବାଛି ଅଲଗା କରିଦିଅନ୍ତୁ । କିମ୍ବା ଗୋଟା ଗୋଟା ଓ ଭଲ ଚାଉଳ ଆଣି ରାନ୍ଧନ୍ତୁ । ଖୁଦ ମିଶିଥିବା ଚାଉଳରେ ପୂଜା କରିବା ଦ୍ୱାରା ଆର୍ଥିକ ସଙ୍କଟ ଦେଖାଯାଏ ବୋଲି ବିଶ୍ୱାସ ରହିଛି ।