ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହେଲେ ରିୟା

ମୁମ୍ବାଇ , (ଓଡିଶା ଟାଇମ୍) : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରେ ଏନସିବି ଆଜି  ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି।  ଲଗାତାର ୩ ଦିନ ଧରି ଜେରା କରିବା ପରେ ଏନସିବି ରିୟାଙ୍କୁ ଗିରଫ କରିଛି ।  ଏନସିବି ରବିବାର ଦିନ ରିୟାଙ୍କୁ ୬ ଘଣ୍ଟା ଏବଂ ସୋମବାର ଦିନ ୮ ଘଣ୍ଟା ଜେରା କରିଥିଲା । 

ସୂଚନାଯୋଗ୍ୟ ଯେ, ଏଜେନ୍ସିକୁ ମୋବାଇଲ ଚାଟ ରେକର୍ଡ ଓ ଅନ୍ୟ ଇଲେକ୍ଟ୍ରୋନିକ ଡାଟା ମିଳିଥିଲା ଯେଉଁଥିରେ ପ୍ରତିବନ୍ଧିତ ମାଦକ ଦ୍ରବ୍ୟ କିଣାକିଣିରେ ଏମାନଙ୍କ ହାତ ଥିବା ସାମ୍ନାକୁ ଆସିଥିଲା | ଗତ କିଛି ଦିନ ଧରି ଲଗାତାର ଯାଞ୍ଚ ପରେ ଏନସିବି ଏହି ୩ ଜଣଙ୍କୁ ଗିରଫ କରିଥିଲା |

ଏହା ପୂର୍ବରୁ ପ୍ରବର୍ତନ ନିର୍ଦେଶାଳୟ ଓ ସିବିଆଇ ମଧ୍ୟ ରିୟାଙ୍କୁ ପଚରାଉଚୁରା କରିଥିଲା। ରିୟା କିଛି ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ନିଜେ କେବେ କୌଣସି ମାଦକ ଦ୍ରବ୍ୟ ସେବନ କରିନାହାନ୍ତି । କିନ୍ତୁ ସୁଶାନ୍ତ ମାଦକ ଦ୍ରବ୍ୟ ସେବନ କରୁଥିବା ସେ ଜୋର କରି କହିଥିଲେ।

ଏନସିବି ରିୟାଙ୍କ ସାନ ଭାଇ ଷୌଭିକ ଚକ୍ରବର୍ତୀ, ରାଜପୁତ ହାଉସ ମ୍ୟାନେଜର ସାମୁଏଲ ମୀରାଣ୍ଡ ଓ ସୁଶାନ୍ତଙ୍କ ଜଣେ ବ୍ୟକ୍ତିଗତ ଷ୍ଟାଫ ଡିପିଏସ ସାୱନ୍ତଙ୍କୁ ଆମ୍ନାସାମ୍ନା କରିଥିଲା । 

ଏପରିକି ଯେଉଁ ବଲିଉଡ ପାର୍ଟିରେ ନିଶାକାରବାର ହେଉଥିଲା ଜେରା ବେଳେ ତାହା ମଧ୍ୟ ସୂଚନା ଦେଇଥିଲେ ରିୟା । ଏହା ସହ ୨୫ ବଲିଉଡ କଳାକାରଙ୍କ ଏନସିବି ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ସମନ କରାଯିବ । ସୁଶାନ୍ତଙ୍କ ସାଥୀ କଳାକାରଙ୍କୁ ବି ସମନ କରାଯିବ । ଆଜି ଭାଇ ସୌଭିକଙ୍କୁ ବସାଇ ରିୟାଙ୍କୁ ସାମନା ସାମନି ଜେରା ପରେ ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବାନ୍ଧିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । 

Leave a Reply

Your email address will not be published.