#କରୋନା ମୁକାବିଲା: ସମସ୍ତ ପୁଞ୍ଜି ଦାନକଲେ ଅବସରପ୍ରାପ୍ତ ସେନା ଅଧିକାରୀ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭୂତାଣୁ ସହ ଲଢ଼ିବା ପାଇଁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଆଗଭର ହେଉଛନ୍ତି। ଏପରିକି କେହି କେହି ନିଜର ସମସ୍ତ ସଞ୍ଚିତ ଅର୍ଥକୁ ଦାନ କରିଦେଉଛନ୍ତି ଖୋଲା ହୃଦୟରେ। ସେଭଳି ଜଣେ ମହାନ ହୃଦୟ ହେଉଛନ୍ତି ସେନାରୁ ଅବସର ନେଇଥିବା ଜୁନିୟର କମିଶନ ଅଫିସର ମୋହିନ୍ଦର ସିଂହ। ଶ୍ରୀ ସିଂହ ନିଜର ସମସ୍ତ ପୁଞ୍ଜିକୁ ପ୍ରଧାନମନ୍ତ୍ରୀଙ୍‌କ ସହାୟତା ପାଣ୍ଠିକୁ ଦାନ କରିଦେଇଛନ୍ତି। ଏଥିସହ ଦେଶବାସୀଙ୍କ ପାଇଁ ଏକ ସ୍ଵତନ୍ତ୍ର ତଥା ବିରଳ ଉଦାହାରଣ ସୃଷ୍ଟି କରିଛନ୍ତି।

ସୂଚନା ଅନୁସାରେ ଶ୍ରୀ ସିଂହ କହିଛନ୍ତି ଯେ- ଏହି ଦେଶଠୁ ହିଁ ତାଙ୍କୁ ସବୁକିଛି ମିଳିଛି ଏବଂ ଆବଶ୍ୟକ ପଡ଼ିବାରୁ ସେ ଦେଶ ପାଇଁ ଦେଶର ଟଙ୍କା ଫେରାଉଛନ୍ତି। ଏଭଳି ଉଚ୍ଚମନା ବାର୍ତ୍ତା ଦେବା ସହ ନିଜର ଗ୍ରାଚ୍ୟୁଇଟି, ପେନସନ ଏବଂ ନିଜ ଆୟ ଟଙ୍କା ଯୋଡ଼ି ୧୫.୧୧ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଶ୍ରୀ ସିଂହ ଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ନିଜର ଗୋଟିଏ ଆଖି ହରାଇଥିବା ସହୃଦୟ ଅଫିସର ଶ୍ରୀ ସିଂହ ତାଙ୍କ ପତ୍ନୀ ସୁମନ ଚୌଧୁରୀଙ୍କ ସହ ପଞ୍ଜାବ-ସିନ୍ଧ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଚେକ୍ ପ୍ରଦାନ କରିଥିଲେ। ୮୫ବର୍ଷ ବୟସରେ ଟଙ୍କା ନେଇ କେଉଁଠି ଯିବେ ବରଂ ଲୋକଙ୍କ ମଙ୍ଗଳରେ ଲାଗିପାରିଲେ ସେ ଖୁସିହେବେ ବୋଲି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ତାଙ୍କର ଦୁଇ ପୁଅ ଏବଂ ଜଣେ ଝିଅ ବିଦେଶରେ ରହୁଥିବାବେଳେ ଆଉଜଣେ ଝିଅ ଦିଲ୍ଲୀରେ ଅଛନ୍ତି।

Leave a Reply

Your email address will not be published. Required fields are marked *