ବରିଷ୍ଠ ପୁଲିସ ଅଧିକାରୀ ସ୍ତରରେ ଅଦଳବଦଳ: ସୁନୀଲ୍ ରାୟ ହେଲେ ସ୍ୱତନ୍ତ୍ର ଗୁଇନ୍ଦା ଡିଜି
ଭୁବନେଶ୍ୱର, (ଓଟି): ଓଡ଼ିଶାରେ କାର୍ଯ୍ୟକରୁଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଥିବା ଏହି ତାଲିକାରେ ୨୯ଜଣ ଅଧିକାରୀଙ୍କ ନାଁ ସାମିଲ୍ ରହିଛି । ଏହି ତାଲିକା ଅନୁସାରେ ଅତିରିକ୍ତ ପୁଲିସ ଡିଜି ଭାବେ କାର୍ଯ୍ୟରତ ସୁନୀଲ୍ ରାୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯିବା ସହ ତାଙ୍କଚ ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ଡିଜି ଭାବରେ ସ୍ଥାନୀତ କରାଯାିଛି ।
୧୯୮୮ବ୍ୟାଚ୍ ଆଇପିଏସ୍ ଓଡ଼ିଶା ମାନବାଧିକାର କମିଶନଙ୍କ ତଦନ୍ତ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେ ଗୃହ ବିଭାଗ ସହ ପୂର୍ବରୁ ଆଟାଚ୍ ଥିଲେ । ପୂର୍ବରୁ ମାନବାଧିକାର କମିଶନଙ୍କ ତଦନ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସିଦ୍ଧାର୍ଥ ମଧୁ ନର୍ଭାନେଙ୍କୁ ମାନବାଧିକାର ସୁରକ୍ଷା ସେଲ୍ର ଅତିରିକ୍ତ ଡିଜି ଭାବେ ନିଯୁକ୍ତ କରାଯାଇଛି । ଏହି ସ୍ଥାନରେ ପୂର୍ବରୁ କାମ କରୁତିବା ୧୯୯୦ ବ୍ୟାଚ୍ ଆଇପିଏସ୍ ମହେନ୍ଦ୍ର ପ୍ରତାପଙ୍କୁ ଜେଲ୍ ଆଇଜି ଭାବେ ବଦଳି କରାଯାଇଛି । ପରିବହନ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଆଇନ ଶୃଙ୍ଖଳା ଏଡିଜି, ଭାବେ ବଦଳି କରାଯାଇଛି ।
ସେହିପରି ଆଇଜି ପାହ୍ୟୋ ଅଧିକାରୀଙ୍କ ଭିତରେ ହୋଇଥିବା ଅଦଳ ବଦଳରେ ୧୯୯୮ ଅଧିକାରୀ ଅମିତାଭ ଠାକୁରଙ୍କୁ ଆଇଜି ଏସ୍ଏପି ଭାବେ ବଦଳି କରାଯାଇଛି । ସେ ଆଇନ ଶୃଙ୍ଖଳା ଆଇଜି ଭାବେ କାର୍ଯ୍ୟ କରୁଥିଲେ ।
କ୍ରାଇମ୍ ବ୍ରାଞ୍ଚ୍ ଓ ସିଆଇଡିର ଡିଆଇଜିଏସ୍ ସାଇନିଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବିଜୁ ପଟ୍ଟନାୟକ ତାଲିମ୍ ପ୍ରତିଷ୍ଠାନର ଆଇଜି ଭାବେ ନିଯୁକ୍ତ କରାଯାଇଛି । ହିମାଂଶୁ ଲାଲ୍ଙ୍କଚ କୋରାପୁଟ୍ ଡିଆଇଜି ଦାୟିତ୍ୱ ଦିଆଯାଇଥିବାବେଳେ ଯତୀନ୍ଦ୍ର କୋୟଲ୍ଙ୍କ ବ୍ରହ୍ମପୁର ଆଇଜି, ଆଶୀଷ କୁମାର ସିଂହଙ୍କୁ ଡିଆଇଜି ଗୁଇନ୍ଦା, ଭାବେ ନିଯୁକ୍ତି କରାଯାଇଚି । ସେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନିର୍ବାହ କରିବେ ।
ସାର୍ଥକ ଷଡ଼ଙ୍ଗୀଙ୍କୁ ପୁରୀରୁ ରାଉରକେଲ୍ ଏସ୍ପି ଭାବେ ବଦଳି କରାଯାଇଛି । ରାଉରକେଲା ଏସ୍ପି ଉମା ଶଙ୍କର ଦାଶ ପୁରୀ ଏସ୍ପି ଭାବେ କାର୍ଯ୍ୟକରିବେ । ବିଜୁ ପଟ୍ଟନାୟକ ପୁଲିସ ତାଲିମ୍ କେନ୍ଦ୍ରର ଏସ୍ପି ସାରା ଶର୍ମାଙ୍କୁ ଗଜପତି ଏସ୍ପି ଭାବେବଦଳି କରାଯାଇଛି । ଦେବଗଡ଼ ଏସ୍ପି ଅନୁପମା ଜେମ୍ସ ଏଣିକି ଢେଙ୍କାନାଳ ଏସ୍ପି ଭାବେ କାର୍ଯ୍ୟ କରିବେ । ରାହୁଲ୍ ପିଆର୍ଙ୍କୁ ସିଆଇଡି କ୍ରାଇମ୍ବ୍ରାଞ୍ଚ୍ର ସ୍ୱତନ୍ତ୍ର ଦଳ ଦାୟିତ୍ୱ ଦିଆଯାଇଛି । ବିବେକାନନ୍ଦ ଶର୍ମା ହେବେ ପୁଲିସ ହେଡ୍ କ୍ୱାର୍ଟରର ଅତିରିକ୍ତ ଆଇଜି । ପଦ୍ମିନୀ ସାହୁଙ୍କୁ ଡିସିପି ହେଡ୍କ୍ୱାର୍ଟର୍ସ, ରାହୁଲ୍ ଜୈନଙ୍କୁ ଏସ୍ପି ଦେବଗଡ଼, ଡ. ସର୍ବଣା ବିବେକ ଏମ୍ଙ୍କୁ ରାୟଗଡ଼ା ଏସ୍ପି, କୁଶଲ୍କର ନିତିନ୍ ଡୁଗ୍ଡ଼ୁଙ୍କୁ ନବରଙ୍ଗପୁର ଏସ୍ପି, ପ୍ରତ୍ୟୁଷ ଦିବାକରଙ୍କୁ ରାଜ୍ୟପାଳଙ୍କ ଏଡିସି, ମାଧବଚନ୍ଦ୍ର ସାହୁଙ୍କୁ ଏଆଇଜି (ପର୍ସନେଲ) ଦାୟିତ୍ୱ ଦିଆଯାଇଛି ।
କେକେ ଡୋଙ୍ଗାୟତଙ୍କୁ କଟକ ଏସ୍ଆର୍ପି ଦାୟିତ୍ୱ ମିଳିଥିବା ବେଳେ, ଅମୁଲ୍ୟ କୁମାର ଦାସଙ୍କୁ ଖୋର୍ଦ୍ଧା ଏସ୍ପି, ଦିପ୍ତୀରଞ୍ଜନ ରାୟଙ୍କୁ କ୍ରାଇମ୍ ବ୍ରାଞ୍ଚ ସିଆଇଡି, ଏସ୍ପି, ସନ୍ତୋଷ କୁମାର ନାୟକଙ୍କ ଏସ୍ଆଇଡବ୍ଲୁ, ରାଧା ବିନୋଦ କଟକ ଏସ୍ପି ଦାୟିତ୍ୱ ଦିଆଯାଇଛି । ପ୍ରାଣଣଧନ ମହାପାତ୍ର ଏବଂ ରବିନାରାୟଣ ବେହେରାଙ୍କଚ ଡିଜିପିଙ୍କ ଆଦେଶରେ ନିଯୁକ୍ତି ପାଇଁ ସଂରକ୍ଷିତ ରଖାଯାଇଛି











