କରୋନା: ରିଲାଏନ୍ସ ସ୍ଥାପନ କଲା ସ୍ୱତନ୍ତ୍ର #covid19 ହସ୍ପିଟାଲ୍
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ପକ୍ଷରୁ କୋଭିଡ୧୯ ବିରୁଦ୍ଧରେ ଭାରତର ସାମଗ୍ରିକ ସଂଗ୍ରାମରେ ସହଯୋଗ ସ୍ୱରୂପ ଅନେକ ପଦକ୍ଷେପର ଘୋଷଣା କରାଯାଇଛି । ରାଷ୍ଟ୍ର ସେବାରେ ଅବିରତ ୨୪ଞ୍ଚ୭ ନିଜ ଦାୟିତ୍ୱ ନିର୍ବାହ କରିବାକୁ ସଂକଳ୍ପ ନେଇ ରିଲାଏନ୍ସ ପକ୍ଷରୁ ଆରମ୍ଭରୁ ହିଁ ବହୁମୁଖୀ ପ୍ରତିକାର ଓ ଦୀର୍ଘସ୍ଥାୟୀ ଉପାୟମାନ ନିଆଯାଉଛି ଯାହାକ ୁଦେଶର ଆବଶ୍ୟକତା ଅନୁସାରେ ବହୁଗୁଣିତ କରାଯାଇପାରିବ ।
ଭୁବନେଶ୍ୱର, (ଓଟି): ମୁମ୍ବାଇରେ ଖୋଲିଛି ସ୍ୱତନ୍ତ୍ର କୋଭିଡ୍ ୧୯ ହସ୍ପିଟାଲ୍ । ସେଭେନ୍ ହିଲ୍ସ ହସ୍ପିଟାଲ୍ ମଧ୍ୟରେ ଏଥିଲାଗି ୧୦୦ ଶଯ୍ୟା ଘେଶଷଣା କରାଯାଇଛି । ସମ୍ପୂର୍ଣ୍ଣ ଭାବେ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ଏହି ହସ୍ପିଟାଲ୍ ନିର୍ମାଣ କରାଯାଇଥିବା ରିଲାଏନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅଭିନବ ତଥା ଭାରତର ପ୍ରଥମ ହସ୍ପିଟାଲ୍ରେ ଏକ ନେଗେଟିଭ୍ ପ୍ରେସର ରୁମ ରହିଛି ଯାହା ଆନ୍ତଃ ସଂକ୍ରମଣକୁ ରୋକିଥାଏ । ଏଠାରେ ସମସ୍ତ ଶଯ୍ୟା ଆବଶ୍ୟକ ଭିତ୍ତିଭୂମି ଓ ବାୟୋ ମେଡିକାଲ ଉପକରଣ ଯେପରିକି ଭେଣ୍ଟିଲେଟର, ପେସ୍ ମେକର, ଡାଏଲିସିସ୍ ମେସିନ ଏବଂ ରୋଗୀ ନୀରିକ୍ଷଣ ଉପକରଣ ସହ ରହିଛି । ମାତ୍ର ଦୁଇ ସପ୍ତାହ ମଧ୍ୟରେ କୋଭିଡ୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀଙ୍କ ଏହି ହସ୍ପିଟାଲ୍ ନିର୍ମାଣ କରାଯିବା ଭାରତର କୋଭିଡ୍ ମୁକାବିଲା ରଣନୀତିରେ ଏକ ଗୁରୁତ୍ୱପୂଣ୍ଣ ଦିଗ ହେବ ବୋଲି ଆଶା କରାଯାଇଛି ।
ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ସନ୍ଦିଗ୍ଧ ଏବଂ ପଜିଟିଭ୍ ସଂଖ୍ୟା ରହିଥିବାରୁ ସେମାନଙ୍କ ଏକାନ୍ତୀକରଣ ଏବଂ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଏପରି ଏକ ହସ୍ପିଟାଲ୍ର ଯଥେଷ୍ଟ ଆବଶ୍ୟକତା ରହିଛି । ଏହି ଘୋଷଣା ସହ ଆରଆଇଏଲ୍ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ରିଲାଏନ୍ସ ରିଟେଲ୍, ଜିଓ, ରିଲାଏନ୍ସ ଲାଇଫସାଇନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ରିଲାଏନ୍ସ ପରିବାରର ସମସ୍ତ ୬ ଲକ୍ଷ ସଦସ୍ୟଙ୍କୁ କୋଭିଡ୧୯ ବିରୁଦ୍ଧରେ ହୋଇଥିବା କାର୍ଯ୍ୟ ଯୋଜନା ବା ଆକ୍ସନ୍ ପ୍ଲାନ୍ରେ ସାମିଲ କରାଯାଇଛି ।
ମୁମ୍ବାଇରେ ଥିବା ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ସାର ଏଚ୍. ଏନ୍. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ପକ୍ଷରୁ ସରକାରଙ୍କ ଦ୍ୱାରା ସୂଚିତ ଦେଶରୁ ଆସିଥିବା ବ୍ୟକ୍ତିବିଶେଷ ତଥା ସେମାନଙ୍କ ସମ୍ପର୍କରେ ଆସିଥିବା ସନ୍ଦିଗ୍ଦଙ୍କ କ୍ୱାରେଣ୍ଟାଇନ ପାଇଁ ସ୍ୱତନ୍ତ୍ର ମେଡିକାଲ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ସଂକ୍ରମିତ ରୋଗୀଙ୍କ ଆଇସୋଲେସନ ଓ ଚିକିତ୍ସା ପାଇଁ ଅତିରିକ୍ତ ବ୍ୟବସ୍ଥା ସୃଷ୍ଟି ହୋଇପାରିବ । ମହାରାଷ୍ଟ୍ରର ଲୋଧିଭାଲିଠାରେ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଆଇସୋଲେସନ କେନ୍ଦ୍ର ନିର୍ମାଣ କରି ଆର୍ଆଇଏଲ୍ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ସେହିପରି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦେଶର ବିଭିନ୍ନ ସହରରେ ଏନଜିଓମାନଙ୍କ ସହ ସହଭାଗିତାରେ ବର୍ତ୍ତମାନର ସଙ୍କଟ ସମୟରେ ଜରୁରୀଥିବା ଲୋକମାନଙ୍କ ଜୀବନଧାରଣ ସହଜ କରିବା ପାଇଁ ଆବଶ୍ୟକ ଭୋଜନ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।
ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ରିଲାଏନ୍ସ ଲାଇଫ ସାଇନ୍ସେ୍ସସ୍ ପକ୍ଷରୁ ପ୍ରଭାବୀ ପରୀକ୍ଷଣ ପାଇଁ ଆବଶ୍ୟକ ଅତିରିକ୍ତ ପରୀକ୍ଷଣ କିଟ୍ ଏବଂ ଆବଶ୍ୟକ ସାମଗ୍ରୀ ଆମଦାନୀ କରାଯାଉଛି ।
ପ୍ରତିଦିନ ଏକ ଲକ୍ଷ ମାସ୍କ ଏବଂ ସୁଟ୍ ଓ ଗାର୍ମେଣ୍ଟ ଭଳି ବହୁ ସଂଖ୍ୟାରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉତ୍ପାଦନ ମଧ୍ୟ ରିଲାଏନ୍ସ ପକ୍ଷରୁ ଜାରି ରହିଛି । ଏହାଦ୍ୱାରା ଦେଶର ସ୍ୱାସ୍ଥ୍ୟକର୍ମୀମାନେ କରୋନା ଭୂତାଣୁ ବିରୋଧରେ ସଂଗ୍ରାମରେ ସୁରକ୍ଷିତ ଭାବରେ ମୁକାବିଲା କରିପାରିବେ । ଆରଆଇଏଲ ପକ୍ଷରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରାରମ୍ଭିକ ସହଯୋଗ ଭାବେ ୫ କୋଟି ଟଙ୍କା ପ୍ରଦାନ ଘୋଷଣା କରାଯାଇଛି ।
—————–