ବ୍ରିଟିଶ୍‌ ଖେଳନା ବିକ୍ରେତା ହାମଲେଜ୍‌କୁ ଅଧିଗ୍ରହଣ କଲା ରିଲାଏନ୍ସ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ରିଲାଏନ୍ସ ବ୍ରାଣ୍ଡ ଲିମିଟେଡ୍ ଏବଂ ହଂକଂସ୍ଥିତ ଲିଷ୍ଟେଡ୍ କମ୍ପାନୀ ସି ବ୍ୟାନର୍ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଙ୍ଗସ୍ ରିଲାଏନ୍ସ ବ୍ରାଣ୍ଡ୍ ପାଇଁ ଏକ ନିର୍ଣ୍ଣାୟକମୂଳକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁସାରେ ହାମ୍ଲେଜ୍ ବ୍ରାଣ୍ଡର ସତ୍ତ୍ୱାଧିକାରୀ ଭାବେ ସି ବ୍ୟାନର ଇଣ୍ଟରନ୍ୟାସନାଲ ଠାରୁ ହାମ୍ଲେଜ୍ ଗ୍ଲୋବାଲ ହୋଲ୍ଡିଙ୍ଗସ୍ ଲିମିଟେଡର ୧୦୦ ପ୍ରତିଶତ ସେୟାର ଅଧିଗ୍ରହଣ ଲାଗି ବୁଝାମଣା ହୋଇଛି ରିଲାଏନ୍ସ।

୧୭୬୦ ମସିହାରେ ପ୍ରତିଷ୍ଠାଲାଭ କରିଥିବା ହାମଲେଜ୍ ଦୀର୍ଘ ୨୫୦ ବର୍ଷରୁ ଊଦ୍ଧ୍ୱର୍ ଧରି ବିଶ୍ୱ ବଜାରରେ ସର୍ବ ପୁରାତନ ଏବଂ ସର୍ବବୃହତ ଟଏ ଶପ୍ ଭାବେ ପରିଚିତ ହୋଇଥିବାବେଳେ ସାରା ବିଶ୍ୱରେ ଶିଶୁମାନଙ୍କୁ ଖେଳନା ଯୋଗାଇ ସେମାନଙ୍କ ମୁହଁରେ ହସ ଫୁଟାଇପାରିଛି ।

ବିଭିନ୍ନ ଧରଣର ଏବଂ ଉନ୍ନତମାନର ଖେଳନା ପ୍ରସ୍ତୁତ କରିବାରେ ହାମ୍ଲେଜ୍ ବାସ୍ତବରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛି। ଥିଏଟର, ଆମୋଦ ଏବଂ ରିଟେଲ୍ ସ୍ତରରେ ଦୃଢ ଅଭିଜ୍ଞତା ହାସଲ କରିପାରିଛି। ବିଶ୍ୱସ୍ତରରେ ହାମ୍ଲେଜର ୧୮ଟି ରାଷ୍ଟ୍ରରେ ୧୬୭ଟି ଷ୍ଟୋର୍ ରହିଛି । ଭାରତରେ ରିଲାଏନ୍ସ ହାମ୍ଲେଜର ମାଷ୍ଟର ଫ୍ରାଞ୍ଚାଇଜ୍ ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ୨୯ଟି ସହରରେ ରହିଥିବା ୮୮ଟି ଷ୍ଟୋର୍ ମାଧ୍ୟମରେ ଏହା ବ୍ୟବସାୟ ପରିଚାଳନା କରୁଛି । ହେଲେ ବର୍ତ୍ତମାନ ରିଲାଏନ୍ସ ବ୍ରାଣ୍ଡ ଏହାକୁ ଅଧିଗ୍ରହଣ କରିଥିବାରୁ ବିଶ୍ୱ ଟଏ ରିଟେଲ ଶିଳ୍ପ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ।

ଏହି ଅବସରରେ ରିଲାଏନ୍ସ ବ୍ରାଣ୍ଡ୍ର ସଭାପତି ତଥା ସିଇଓ ଦର୍ଶନ ମେହେଟ୍ଟା କହିଛନ୍ତି ଯେ, ‘ ବିଗତ କିଛି ବର୍ଷ ମଧ୍ୟରେ ଆମେ ଭାରତରେ ହାମ୍ଲେଜ୍ ବ୍ରାଣ୍ଡ୍ ଅଧିନରେ ଖେଳନା ରିଟେଲିଂ ବ୍ୟବସାୟ କରି ସଫଳତା ଲାଭ କରିବା ସହିତ ଲାଭବାନ ହୋଇପାରିଛୁ । ୨୫୦ରୁ ଅଧିକ ବର୍ଷର ଏହି ବ୍ରଟିସ୍ ଟଏ ରିଟେଲର ପରୀକ୍ଷା ମୂଳକ ରିଟେଲିଂ ବ୍ୟବସ୍ଥା କ୍ଷେତ୍ରରେ ଦୃଢ ଅଭିଜ୍ଞତା ହାସଲ କରିଛି, ଏବଂ ବିଶ୍ୱସ୍ତରରେ ବ୍ରିକ୍ ଓ ମୋର୍ଟାର ରିଟେଲିଂ ପାଇଁ ନୂତନ ନୟମାବଳୀ ଜାରି କରିବାର ୧୦ ବର୍ଷ ପୂର୍ବରୁ ଏହା ସ୍ୱତନ୍ତ୍ର ପରିକଳ୍ପନା ଯୋଗାଇ ଦେଇଛି । ବିଶ୍ୱସ୍ତରରେ ହାମ୍ଲେଜ୍ ବ୍ରାଣ୍ଡ୍ ଏବଂ ଏହାର ବ୍ୟବସାୟକୁ ଅଧିଗ୍ରହଣ କରି ରିଲାଏନ୍ସ ବିଶ୍ୱ ରିଟେଲ୍ ବଜାରରେ ଅଗ୍ରଣୀ ହୋଇପାରିବ ଓ ବ୍ୟକ୍ତିଗତ ଭାବେ ବହୁ ଦିନର ସ୍ୱପ୍ନ ଏବେ ସାକାର ହୋଇଛି ।’
୧୮୮୧ ମସିହାରେ ଲଣ୍ଡନ୍ର ରିଜେଣ୍ଟ ଷ୍ଟ୍ରିଟ୍ରେ ହାମ୍ଲେଜ୍ ଏହାର ପ୍ରଥମ ଷ୍ଟୋର୍ ଖୋଲିଥିଲା । ୫୪,୦୦୦ ବର୍ଗ ଫୁଟ୍ ପରିମିତ ଜାଗାରେ ଏବଂ ୭ ମହଲା ବିଶିଷ୍ଟ ବିଲ୍ଡିଂରେ ଏହି ଷ୍ଟୋର୍ ଖୋଲାଯାଇଥିବା ବେଳେ ଏଥିରେ ୫୦,୦୦୦ ଲାଇନ୍ ଖେଳନା ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଲଣ୍ଡନ୍ ସହରର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ବିବେଚନା କରାଯାଉଥିବା ବେଳେ ବର୍ଷକୁ ଏଠାକୁ ୫ ନିୟୁତରୁ ଅଧିକ ପରିଦର୍ଶକ ଆସିଥାଆନ୍ତି । ଏଠାରେ ବର୍ଷର ବିଭିନ୍ନ ସମୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ପ୍ୟାରେଡ୍, ପ୍ରଦର୍ଶନୀ ଏବଂ ବିସ୍ତୃତ ଖେଳନା ପ୍ରଦର୍ଶନ କରାଯାଇଥିବା ବେଳେ ବିଶ୍ୱର ବିଭିନ୍ନ ପ୍ରାନ୍ତରରୁ ଏଠାକୁ ଶିଶୁମାନଙ୍କ ଠାରୁ ଆରମ୍ଭ କରି ତରୁଣମାନେ ଏହି ଷ୍ଟୋର୍ ପରିଦର୍ଶନ
କରିଥାଆନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ହାମ୍ଲେଜ୍ର ଭୁବନେଶ୍ୱରରେ ଦୁଇଟି ରିଟେଲ ସପ୍ ରହିଛି, ଯାହା ମଧ୍ୟରେ ଏସ୍ପ୍ଲାନେଡ୍ ମହଲରେ ଗୋଟିଏ ଏକକ ହାମଲେଜ୍ ଷ୍ଟୋର୍ ରହିଥିବା ବେଳେ ଅଲ୍ ବ୍ୟାଟ୍ ଜାଜ୍ ମଧ୍ୟରେ ଆଉ ଏକ ସପ୍ ଇନ୍ ସପ୍ ଷ୍ଟୋର୍ ରହିଛି ।

Leave a Reply

Your email address will not be published. Required fields are marked *