ଜିଓ ଫାଇବର ସେବା ଆରମ୍ଭ

ଭୁବନେଶ୍ୱର, (ଓଟି): ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ଫାଇବର ଟୁ ହୋମ ସେବା ଜିଓ ଫାଇବରର ଶୁଭାରମ୍ଭ ଘୋଷଣା କରାଯାଇଛି । ସମଗ୍ର ଦେଶର ୧୬୦୦ ସହରରେ ଏହି ସେବା ଉପଲବ୍ଧ ହୋଇଛି। ଏହି ସେବା ଦ୍ଵାରା ୧୦୦ ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍‌ ଯାଏ ବେଗରେ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍‌ ଆପଣଙ୍କ ଘରେ ପହ୍ୟ୍ଚି ପାରିବ। ଖାଲି ସେତିକି ନୁହେଁ, ଜିଓ ଫାଇବର ପକ୍ଷରୁ ୪-କେ ରିଜୋଲ୍ୟୁସନ୍‌ କ୍ଷମତା ବିଶିଷ୍ଟ ସେଟ୍‌ଟପ୍‌ ବକ୍ସ ଓ ଟିଭି ମଧ୍ୟ ବିଭିନ୍ନ ଯୋଜନାରେ ମାଗଣା ଭାବେ ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅର୍ଥାତ୍‌ ଆପଣଙ୍କୁ ଜିଓ ଫାଇବର ନେବା ଦ୍ଵାରା ଇଣ୍ଟରନେଟ୍‌, ଫୋନ୍‌ ଏବଂ ଟିଭି ଦେଖିବାର ଅସୀମିତ ସୁବିଧ ମିଳିପାରିବ। ଏଥିଲାଗି ଆପଣଙ୍କୁ ମାସିକ ପ୍ଲାନ ଦାମ ୬୯୯ ଟଙ୍କାରୁ ଆରମ୍ଭ ହୋଇ ୮୪୯୯ ଟଙ୍କା ପର୍ଯ୍ୟନ୍ତ ରହିବ। ସବୁ ପ୍ଲାନର ସ୍ପିଡ ବା ବେଗ ୧୦୦ ଏମବିପିଏସରୁ ଆରମ୍ଭ ହେବ ବୋଲି ଜିଓ ପକ୍ଷରୁ କୁହାଯାଇଛି। 

ଭୁବନେଶ୍ଵର, କଟକ, ରାଉରକେଲାର ବିଭିନ୍ନ ସ୍ଥାନରେ ଜିଓ ଫାଇବର ସେବା ଆରମ୍ଭ ହୋଇଛି। ଯେଉଁ ସ୍ଥାନରେ ଜିଓ ସେବା ରହିଛଇ ସେଠାରେ ଜିଓର ପ୍ରତିନିଧିମାନେ ଆପଣଙ୍କ ଆଗ୍ରହକୁ ଲକ୍ଷ୍ୟ କରି ସିଧାସଳଖ ଫାଇବର ସଂଯୋଗ ଦେବାକୁ ପ୍ରସ୍ତୁତ। ଏଥିଲାଗି ଆପଣଙ୍କୁ ମାଇ ଜିଓ ଆପ୍‌ରେ ଅନୁରୋଧ ପଠାଇବାକୁ ହେବ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। 

ମୁମ୍ବାଇଠାରେ ଜିଓ ଫାଇବର ସେବାକୁ ଆରମ୍ଭ କରିବା ଅବସରରେ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡର ନିର୍ଦେଶକ ଆକାଶ ଅମ୍ବାନି କହିଛନ୍ତି ଯେ, ଆମେ କହୁଥିବା ସବୁ ପ୍ରକାର ବିଷୟର କେନ୍ଦ୍ରରେ ରହିଛନ୍ତି ଆମର ଗ୍ରାହକ । ଜିଓ ଫାଇବରକୁ ପ୍ରସ୍ତୁତ କରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଆପଣମାନଙ୍କୁ ଆନନ୍ଦମୟ ଅନୁଭବ ପ୍ରଦାନ କରିବା । ଜିଓ ଫାଇବରର ଶୁଭାରମ୍ଭ୍ ଏହାର ବୈପ୍ଳବିକ ସେବା ସହିତ ଏକ ରୋମାଂଚକର ଯାତ୍ରାର ଶୁଭାରମ୍ଭ । ପ୍ରତି ଥର ଭଳି, ଆମେ ଆଶ୍ଚର୍ଯ୍ୟଜନକ ସେବା ଆଣିବା ଏବଂ ଜିଓ ଫାଇବରକୁ ଆଗାମୀ ସ୍ତର ପର୍ଯ୍ୟନ୍ତ ନେବା ପାଇଁ କଠିନ ପରିଶ୍ରମ ଜାରି ରଖିବୁ। ‘ମୁଁ ସ୍ୱତନ୍ତ୍ର ଭାବେ ଆମର ୫ ଲକ୍ଷ ଜିଓ ଫାଇବର ପ୍ରିଭ୍ୟୁ ଗ୍ରାହକଙ୍କୁ ଧନ୍ୟବାଦ ଦେବାକୁ  ଚାହୁଁଛି ଯେଉଁମାନେ ଆମର ଉତ୍ପାଦ ଓ ସେବାର ଅନୁଭବକୁ ସମୃଦ୍ଧ କରିବାରେ ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛନ୍ତି । ଜିଓ ଫାଇବରର ଆଗାମୀ ସ୍ତରର ଅନୁଭବ ହାସଲ କରିବା ଲାଗି ମୁଁ ସେମାନଙ୍କୁ ସ୍ୱାଗତ କରୁଛି’ ।

 ଏବେ ଭାରତରେ ଏହାରାହାରି ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ବେଗ ହେଉଛି ୨୫ ଏମବିପିଏସ । ଏଭଳିକି ଆମେରିକା ଭଳି ବିକଶିତ ଦେଶରେ ମଧ୍ୟ ଏହି ବେଗ ହେଉଛି ୯୦ ଏମବିପିଏସ । ଜିଓ ଫାଇବର ଯାହା ଭାରତର ପ୍ରଥମ ୧୦୦% ସମ୍ପୂର୍ଣ୍ଣ ଫାଇବର ବ୍ରଡ୍ବ୍ୟାଣ୍ଡ୍ ସେବା ତାହାର ବେଗ ୧୦୦ ଏମବିପିଏସରୁ ଆରମ୍ଭ ହେବ ଏବଂ ୧ ଜିବିପିଏସ ପର୍ଯ୍ୟନ୍ତ ବଢ଼ିପାରିବ । ଏହା ଦ୍ୱାରା ଭାରତ ବିଶ୍ୱ ସ୍ତରରେ ପ୍ରଥମ ୫ଟି ବ୍ରଡ୍ବ୍ୟାଣ୍ଡ୍ ବ୍ୟବହାରକାରୀ ରାଷ୍ଟ୍ରଙ୍କ ମଧ୍ୟରେ ସାମିଲ ହୋଇପାରିବ ।

ଜିଓ ଫାଇବର ସହିତ ଜଡ଼ିତ ଥିବା ସେବାଗୁଡ଼ିକ ହେଉଛି: ଅଲଟ୍ରା ହାଇସ୍ପିଡ ବ୍ରଡ୍ବ୍ୟାଣ୍ଡ୍ (୧ ଜିବିପିଏସ ପର୍ଯ୍ୟନ୍ତ), ମାଗଣା ଘରୋଇ ଭଏସ କଲିଂ, କନଫରେନ୍ସିଂ ଏବଂ ଆନ୍ତର୍ଜାତିକ କଲ ସୁବିଧା, ଟିଭି ଭିଡିଓ କଲିଂ ଓ କନଫରେନ୍ସିଂ।  ଏହା ସହ ମନୋରଂଜନକାରୀ ଓଟିଟି ଆପ୍, ଗେମିଂ, ହୋମ ନେଟୱର୍କିଂ, ଭାଇସ ସିକ୍ୟୁରିଟି, ଭର୍ଚୁଆଲ ରିଅଲିଟିର ଅନୁଭବ, ପ୍ରିମିୟମ କନଟେଂଟ ପ୍ଲାଟଫର୍ମ ପ୍ରଭୃତି। 

ଜିଓ ଫାଇବରରେ ଗ୍ରାହକଙ୍କ ପାଇଁ ୩, ୬ ଓ ୧୨ ମାସିଆ ଯୋଜନା ଉପଲବ୍ଧ ହେବ। ବ୍ୟାଙ୍କ ସହବନ୍ଧନ ଜରିଆରେ ଜିଓ ଆକର୍ଷଣୀୟ ଇଏମଆଇ ଯୋଜନା ପ୍ରଦାନ କରିବ ଯଦ୍ୱାରା ଗ୍ରାହକମାନେ କେବଳ ମାସିକ ଇଏମଆଇ ପ୍ରଦାନ କରି ବାର୍ଷିକ ଯୋଜନାର ଲାଭ ପାଇପାରିବେ। ଜିଓ ଫାଇବର ୱେଲକମ ଅଫର। ଜିଓ ଫାଇବର ଗ୍ରାହକ ଯଦି ଜିଓ ଫର୍ଏଭର୍ ବାର୍ଷିକ ଯୋଜନାର ସଦସ୍ୟତା ଗ୍ରହଣ କରିବେ ତେବେ ତାଙ୍କୁ ଅଭୁତପୂର୍ବ ଲାଭ ମିଳିବ।ଜିଓ ଫର୍ଏଭର ବାର୍ଷିକ ଯୋଜନାରେ ଗ୍ରାହକମାନଙ୍କୁ ନିମ୍ନଲିଖିତ ଲାଭଗୁଡ଼ିକ ମିଳିବ: ଜିଓ ହୋମ ଗେଟୱେ, ଜିଓ ୪କେ ସେଟ ଟପ ବକ୍ସ, ଟେଲିଭିଜନ ସେଟ (ଗୋଲ୍ଡ ପ୍ଲାନ ଓ ଏହା ଠାରୁ ଅଧିକ ପ୍ଲାନରେ ମିଳିବ), ନିଜ ପସନ୍ଦର ଓଟିଟି ଆପ୍ଲିକେସନର ସଦସ୍ୟତା, ଅସୀମିତ ଭଏସ ଓ ଡାଟା, ଜିଓ ଫାଇବର ବ୍ୟବହାରକାରୀ ଉପଲବ୍ଧ ହେଉଥିବା ବିଭିନ୍ନ ମୂଲ୍ୟର ୱେଲକମ ଅଫର ମଧ୍ୟରୁ ଯେକୌଣସି ଗୋଟିଏକୁ ଚୟନ କରିପାରିବେ ।

Leave a Reply

Your email address will not be published. Required fields are marked *