‘ବେଟି କି ତମନ୍ନା’ କାର୍ଯ୍ୟକ୍ରମରେ ରେଖା ନେଲେ କାହାର ନାମ, ଜାଣନ୍ତୁ

ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଖାଙ୍କୁ ‘ବେଟି ଟି ତମନ୍ନା’ ସମ୍ପର୍କିତ କିଛି ପ୍ରଶ୍ନ ପଚାରା ଯାଇଥିଲା । ଏହାର ଉତ୍ତରରେ ରେଖା ଯେଉଁ କଥା କହିଥିଲେ, ତାହା ସିନେପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ଖବର ଅନୁଯାୟୀ ରେଖା କହିଥିଲେ ଯେ ସେ କଙ୍ଗନା ରଣାୱତଙ୍କ ନିଜ ଝିଅ ଭାବେ ଦେଖିବାକୁ ଚାହିଁବେ । ଯଦି ତାଙ୍କର ଏକ ଝିଅ ଥା’ନ୍ତା, ତାହେଲେ ସେ କଙ୍ଗନା ରଣାୱତଙ୍କ ଭଳି ହୋଇଥାନ୍ତା ।

ଏଭଳି ଉତ୍ତରରେ କଙ୍ଗନାଙ୍କ ପ୍ରତି ରେଖାଙ୍କର ସ୍ନେହର ଆଉ ଏକ ପ୍ରମାଣ ମିଳିଛି । ଏହାପୂର୍ବରୁ ମଧ୍ୟ ରେଖା କଙ୍ଗନାଙ୍କୁ ଅଶେଷ ସ୍ନେହ ଦେଇ ଆସିଛନ୍ତି । ସ୍ନେହର ନିଦର୍ଶନ ସ୍ୱରୂପ ରେଖା କଙ୍ଗନାଙ୍କୁ ଏକ ପାଟଶାଢ଼ୀ ଉପହାର ମଧ୍ୟ ଦେଇଥିଲେ। କଙ୍ଗନା ସେହି କଳା ରଙ୍ଗର ପାଟଶାଢ଼ୀ ପିନ୍ଧି ରେଖାଙ୍କ ସାମନାକୁ ଆସିବା ପରେ ତାଙ୍କ ଖୁସିର ଠିକଣା ନଥିଲା । ଏହା ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । କେବଳ ଏତିକି ନୁହେଁ ‘ତନୁ ୱେଡ୍ସ ମନୁ’ ପାଇଁ କଙ୍ଗନା ଫିଲ୍ମଫେୟାର୍ ପୁରସ୍କାର ଜିତିଥିଲେ । କିନ୍ତୁ ସେ ଉତ୍ସବରେ ସାମିଲ୍ ହୋଇପାରିନଥିଲେ ।

ଏଭଳି ସ୍ଥିତିରେ ରେଖା ଆୱାର୍ଡ଼ ଧରି ରାତି ଅଧାରେ କଙ୍ଗନାଙ୍କ ଘରେ ପହଞ୍ଚି, ଆୱାର୍ଡ଼ ଦେଇଥିଲେ । ଏମିତିକି ରେଖା ନିଜକୁ କଙ୍ଗନାଙ୍କ ଫ୍ୟାନ୍ ବୋଲି ମଧ୍ୟ କହି ସାରିଛନ୍ତି । ରେଖାଙ୍କର ଏଭଳି ସ୍ନେହ କଙ୍ଗନାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର ବୋଲି ସିନେ ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.