ନବୀକରଣ ହେଲା ଭୁବନେଶ୍ଵରର ହୋଟେଲ୍‌ ଜିଞ୍ଜର

ଭୁବନେଶ୍ୱର, (ଓଟି): ନୂଆ ଇଣ୍ଟରିୟର ଏବଂ ଷ୍ଟାଇଲ୍‌ରେ ଝଲସିଛି ଭୁବନେଶ୍ଵରର ହୋଟେଲ୍‌ ଜିଞ୍ଜର। ଏହା ସମସାମୟିକ ଏବଂ ଷ୍ଟାଇଲିଶ୍‌ ଲୁକ୍‌ ବୋଲି ଜତଞ୍ଜର ପକ୍ଷରୁ କୁହାଯାଇଛି। 
ଜିଞ୍ଜରର  ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଦୀପିକା ରାଓ କହିଛନ୍ତି ଯେ, “ଭୁବନେଶ୍ୱରେ ଆମର ନୂତନ ଭାବେ ପ୍ରସ୍ତୁତ ଜିଞ୍ଜରର ହୋଟେଲ ଉନ୍ମୋଚନ କରିବା ଘୋଷଣା କରିବା ଆମକୁ ଖୁସି ଦେଇଛି । ଏହା ଜରିଆରେ ଆମେ ଭୁବନେଶ୍ୱରରେ ଲିନ୍ ଲ୍ୟୁକ୍ସ ହୋଟେଲର ସଂପ୍ରସାରଣ କରିପାରିଛୁ । ଏହାର ଡିଜାଇନ୍ ଏକ ଜୀବନ୍ତ, ଚଂଚଳ, ଭାବପୂର୍ଣ୍ଣ ଏବଂ ଚତୁର ଅନୁଭୂତି ସୃଷ୍ଟି କରୁଛି ।’’
ଏହାର କୋଠରିଗୁଡ଼ିକ ରହଣୀ ପାଇଁ ସୌନ୍ଦର୍ଯ୍ୟ ଓ କାର୍ଯ୍ୟକାରିତାର ମିଶ୍ର ପ୍ରଦାନ କରୁଛି । ଏହି ହୋଟେଲ୍ର ସାରା ଦିନର ଡାଇନ୍ ବ୍ୟବସ୍ଥା ଥିବା କାଫେ ଏଟ୍ ସେଟେରାକୁ ଉନ୍ମୋଚନ କରାଯାଇଛି ଏବଂ ଏହାର ବାର୍ ଆରାମଦାୟକ ଖାଦ୍ୟ ଉପସ୍ଥାପନ କରୁଛି । ଖାଦ୍ୟଗୁଡ଼ିକ ବିଶ୍ୱ ସ୍ତରୀୟ ଓ ସ୍ଥାନୀୟ ଖାଦ୍ୟର ମିଶ୍ରଣରେ ପ୍ରସ୍ତୁତ କରାଯାଉଛି ।
“କେବେ ଥକି ଯାଉନଥିବା’ ଜୀବନଶୈଳୀ ଏବଂ ସେହି ଧରଣର ଅତିଥିଙ୍କୁ ନଜରରେ ରଖି ହୋଟେଲ୍ ତରଫରୁ ସେବା ପ୍ରଦାନ କରାଯାଉଛି । ନୂତନ ଭାବେ ଡିଜାଇନ କରାଯାଇଥିବା ଏହି ଅଂଚଳରେ ଆକର୍ଷଣୀୟ ସାର୍ବଜନୀନ ସ୍ଥାନ ସମେତ ସ୍ପାର୍ଟସ୍ ଡିଜାଇନ୍ ମଧ୍ୟ ରହିଛି ଯେଉଁଠାରେ ଗୋଟିଏରୁ ଅନ୍ୟ ଗୋଟିକୁ ସୁବିଧାରେ ପରିବର୍ତିତ ହେବା ସମ୍ଭବ ହେବ । ସେଠାରେ ଶକ୍ତି ପ୍ରଦାନକାରୀ ବିଶ୍ୱ ସ୍ତରୀୟ ଓ ସ୍ଥାନୀୟ ସଙ୍ଗିତ ଶୁଣିବାକୁ ମିଳିବ ।
ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଡିଜାଇନ୍ ଷ୍ଟୁଡିଓ ଜେଓଆଇ-ଡିଜାଇନ୍ ପକ୍ଷରୁ ନୂତନ ଭାବେ ଉପସ୍ଥାପିତ ହୋଇଥିବା ଜିଞ୍ଜର ବ୍ରାଣ୍ଡ୍ର ନୂତନ ଡିଜାଇନ୍ ପ୍ରସ୍ତୁତ କରାଯାଇଛି ।

Leave a Reply

Your email address will not be published.