୨୦୧୯ରେ ହୋଇଛି ୬୭.୧% ରେକର୍ଡ଼ ଭୋଟିଂ

୨୦୧୯ ଲୋକସଭା ନିର୍ବାଚନ ପାଇଁ ମତଦାନ ସରିଥିଲା ବେଳେ ଏଥର ହୋଇଛି ରେକର୍ଡ଼ ଭୋଟିଂ। ୨୦୧୪ ରେକର୍ଡ଼ ମଧ୍ୟ ଭାଙ୍ଗିଛି। ଗତ ନିର୍ବାଚନ ତୁଳନାରେ ଏଥର ୧.୧୬% ଅଧିକ ଭୋଟିଂ ହୋଇଥିଲା ବେଳେ ଏହି ସଂଖ୍ୟା ଆଉ କିଛି ବଢ଼ିପାରେ।

୨୦୧୪ରେ ୫୪୩ ଲୋକସଭା ଆସନର ଭୋଟ ପ୍ରତିଶତ ୬୬.୪୪ ପ୍ରତିଶତ ଥିଲା। ଯାହା ଏଥର ଅନୁଷ୍ଠିତ ୫୪୨ ଆସନର ଭୋଟ ପ୍ରତିଶତ ଠାରୁ କମ। ୨୦୧୯ ପୂର୍ବରୁ ୨୦୧୪ରେ ରେକର୍ଡ଼ ଭୋଟିଂ ହୋଇଥିଲା। ୧୯୫୧ରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ଭୋଟ ପ୍ରତିଶତ ସବୁଠୁ କମ ଅର୍ଥାତ ୪୫.୬୭ ପ୍ରତିଶତ ଥିଲା।

୧୯୫୭ରେ ୪୭.୭୪, ୧୯୬୨ରେ ୫୫.୪୨, ୧୯୬୭ରେ ୬୧.୩୩, ୧୯୭୧ରେ ୫୫.୮୮, ୧୯୭୭ରେ ୬୦.୪୯, ୧୯୮୦ରେ ୫୬.୯୨, ୧୯୮୪-୮୫ରେ ୬୪.୦୧, ୧୯୮୯ରେ ୬୧.୯୫, ୧୯୯୧-୯୨ରେ ୫୫.୮୮, ୧୯୯୬ରେ ୫୭.୯୪, ୧୯୯୮ରେ ୬୧.୯୭, ୧୯୯୯ରେ ୫୯.୯୯, ୨୦୦୪ରେ ୫୭.୧୯, ୨୦୦୯ରେ ୫୮.୧୯ ଏବଂ ୨୦୧୪ରେ ଭୋଟ ପ୍ରତିଶତ ଥିଲା ୬୬.୪୪।

ଏଥର ନିର୍ବାଚନର ରାଜ୍ୟ ମତଦାନ ହିସାବରେ ୮୦ ପ୍ରତିଶତରୁ ଅଧିକ ଭୋଟ ଗ୍ରହଣ ଆସାମ, ଲକ୍ଷାଦୀପ, ମଣିପୁର, ନାଗାଲାଣ୍ଡ, ପଣ୍ଡିଚେରୀ, ତ୍ରିପୁରା, ପଶ୍ଚିମବଙ୍ଗରେ ହୋଇଛି। ଜାମ୍ମୁ-କାଶ୍ମୀରରେ ସବୁଠୁ କମ ୨୯.୩୯ ପ୍ରତିଶତ ଭୋଟ ଗ୍ରହଣ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *