ଟାଇଗରଙ୍କ ରେକର୍ଡ଼ ତାଲିକାରେ ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍ ୨’
ଟାଇଗରଙ୍କ ଅଭିନୀତ ‘ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର୍’ ରିଲିଜ୍ ହେବାପରେ ଏହାକୁ ନେଇ ଦର୍ଶକ ମହଲରେ କ୍ରେଜି ଦେଖିବାକୁ ମିଳିଛି । ଓପନିଙ୍ଗ୍ ଡେ’ରେ ୧୨କୋଟିର ବ୍ୟବସାୟ ସହ ଖାତା ଖୋଲିଥିବା ଏହି ଫିଲ୍ମ ଟାଇଗରଙ୍କ ଫିଲ୍ମ କ୍ୟାରିୟରରେ ଆଉ ଏକ ରେକର୍ଡ଼ କରିଛି । ଟାଇଗରଙ୍କ ଫିଲ୍ମ କ୍ୟାରିୟର୍ ମଧ୍ୟରେ ‘ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର୍୨’ ୩ ବେଷ୍ଟ୍ ୱିକଏଣ୍ଡ୍ ଓପନର୍ସ ଭାବେ ୩୮.୮୩ କୋଟି ଟଙ୍କାର ବ୍ୟବସାୟ କରିଛି ।
ଏହା ପୂର୍ବରୁ ଟାଇଗରଙ୍କ ଅଭିନୀତ ‘ବାଗି ୨’ ୭୩.୧୦ କୋଟି ଏବଂ ‘ବାଗି’ ୩୮.୫୮ କୋଟି ଟଙ୍କାର ବ୍ୟବସାୟ କରି ୱିକଏଣ୍ଡ୍ ଓପନର୍ସ ଫିଲ୍ମ ତାଲିକାରେ ସାମିଲ୍ ହୋଇଥିଲା। ଟାଇଗରଙ୍କ ସହିତ ତାରା ସୁତାରିଆ ଓ ଅନନ୍ୟା ପାଣ୍ଡେଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଛି । ପୁନିତ ମଲହୋତ୍ରାଙ୍କ ନିର୍ଦ୍ଦେଶିତ ଏବଂ କରଣ ଜୋହରଙ୍କ ପ୍ରଯୋଜିତ ଏହି ଫିଲ୍ମ ଆଜିପର୍ଯ୍ୟନ୍ତ ୪୪.୩୫ କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଆଗାମୀ ଦିନରେ ଏହାର ବକ୍ସ ଅଫିସ୍ କଲେକସନ୍ ଅଧିକ ହେବ ବୋଲି ଟ୍ରେଡ୍ ଆନାଲିଷ୍ଟ୍ ଓ ଫିଲ୍ମଟିମ୍ ପକ୍ଷରୁ ଆଶା କରାଯାଉଛି ।