ରୋଷେଇ – ରାଜସ୍ଥାନୀ ଡାଲ୍ ବାଟି

ଆବଶ୍ୟକୀୟ ଜିନିଷ – ୨ କପ୍ ଅଟା, ଅଧା କପ୍ ଘିଅ, ୧ ବଡ଼ ଚାମଚ ଜୁଆଣୀ, ଅଧା ଛୋଟ ଚାମଚ ବେକିଙ୍ଗ୍ ପାଉଡର୍ ଓ ୨ ଚୁଟକି ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବାଉଲରେ ଅଟା, ବେକିଙ୍ଗ୍ ପାଉଡରକୁ ମିଶାଇ ରଖନ୍ତୁ । ଏଥିରେ ୬ ଚାମଚ ଘିଅ, ଜୁଆଣୀ ଓ ଅଧା କପ୍ ପାଣି ପକାଇ ଅଳ୍ପ କଠିନ ଭାବେ ଚକଟନ୍ତୁ । ଏହାପରେ ତାହାକୁ କିଛି ସମୟ ଘୋଡ଼ଣୀ ଦେଇ ରଖିବା ପରେ ସେଥିରେ ଛୋଟ ଛୋଟ ବଲସ ବନାନ୍ତୁ । ତାହାକୁ ବେକିଙ୍ଗ୍ ଟ୍ରେ ଉପରେ ରଖି ୨୦୦ ଡିଗ୍ରୀ ସେଲସିୟସରେ ପ୍ରିହିଟେଡ୍ ଓଭାନରେ ଟ୍ରେକୁ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ବାଟି କୁକ୍ ହୋଇ ଗୋଲଡେନ୍ ବ୍ରାଉନ୍ ହେବା ପରେ ପୁଣିଥରେ କମ୍ ଟେମ୍ପରେଚରରେ ବାଟିଗୁଡ଼ିକୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ କୁକ୍ କରନ୍ତୁ । କମ୍ ଟେମ୍ପରେଚରରେ କୁକ୍ କରିବା ଦ୍ୱାରା ଏହା ଅଧିକ କ୍ରିସପି ଲାଗିଥାଏ । ଏହାପରେ ବାଟିଗୁଡ଼ିକ ବାହାର କରି ଆଣି ଘିଅରେ ଅଧଘଣ୍ଟା ବୁଡ଼ାଇ ରଖନ୍ତୁ । ଏହାପରେ ବାଟିଗୁଡ଼ିକୁ ଘିଅରୁ ବାହାର କରି ଡାଲ୍ ଓ ଚୁରମା ସହିତ ପରଷନ୍ତୁ ।

Leave a Reply

Your email address will not be published. Required fields are marked *