ରୋଷେଇ – ମଲଟି ଗ୍ରେନ୍ ପ୍ୟାନକେକ୍
ଆବଶ୍ୟକୀୟ ଜିନିଷ – ୧/୨ କପ୍ ଅଟା, ୧/୨ କପ୍ ମଇଦା, ୧/୨ ଗ୍ରାମ୍ ଓଟ୍ସ, ଦେଢ଼ ଚାମଚ ଡାଲଚିନି, ଦେଢ଼ ଚାମଚ ବେକିଙ୍ଗ୍ ସୋଡ଼ା, ଗୋଟିଏ ଅଣ୍ଡା, ଅଧା କପ୍ ଦହି, ଅଧାକପ୍ ଖିର, ପାଣି, ୧ ବଡ଼ ଚାମଚ ରିଫାଇଣ୍ଡ୍ ଅଏଲ୍, ମହୁ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବଡ଼ ବାଉଲରେ ସବୁ ପ୍ରକାର ଅଟା ଓ ବେକିଙ୍ଗ୍ ପାଉଡର୍ ମିଶାଇ ରଖନ୍ତୁ । ଆଉ ଏକ ବାଉଲ୍ ନେଇ ସେଥିରେ ଅଣ୍ଡା ଭାଙ୍ଗନ୍ତୁ ଏବଂ ସେଥିରେ ଖିର, ଦହି, ମହୁ ଓ ଅଳ୍ପ ପାଣି ଦେଇ ଭଲ ଭାବେ ଫେଣ୍ଟନ୍ତୁ । ଦୁଇଟି ବାଉଲରେ ଥିବା ସାମଗ୍ରୀକୁ ମିଶାଇ ଦିଅନ୍ତୁ ଏବଂ ସେଥିରେ ପାଣି ଦେଇ ଡାଲଚିନି ଗୁଣ୍ଡ ଦିଅନ୍ତୁ । ଏହାକୁ ଭଲ ଭାବେ ଗୋଳାଇ ରଖନ୍ତୁ । ଗ୍ୟାସର ଆଂଚକୁ ମିଡିୟମ୍ ରଖି ଏକ ନନ୍ଷ୍ଟିକ୍ ପ୍ୟାନ୍ ବସାଇ ଅଳ୍ପ ତେଲ ଦିଅନ୍ତୁ ତେଲ ଗରମ ହେବା ପରେ ଏହି ମିଶ୍ରଣକୁ ଢ଼ାଳି ଦିଅନ୍ତୁ । ଏହା ହାଲକା ବ୍ରାଉନ୍ ରଙ୍ଗର ହେବା ପର୍ଯ୍ୟନ୍ତ କୁକ୍ କରନ୍ତୁ । ଏହାକୁ ଧିରେ ଓଲଟାଇ କେକର ଓଲଟା ପଟ ମଧ୍ୟ କୁକ୍ କରନ୍ତୁ । ପ୍ରସ୍ତୁତ ହୋଇଗଲା ମଲଟିଗ୍ରେନ୍ ପ୍ୟାନକେକ୍ । ଏହାକୁ ଆପଣ ଯେ କୌଣସି ଡିଜାଇନରେ କାଟି ପରଷି ପାରିବେ ।