ରୋଷେଇ – ଓଟ୍ସ ଉଥାପମ୍

ଆବଶ୍ୟକୀୟ ଜିନିଷ – ଦେଢ଼ କପ୍ ଓଟ୍ସ, ୧/୨ କପ୍ ଦହି, ୧/୪ କପ୍ କୋରା ହୋଇଥିବା ଛଚିନ୍ଦ୍ରା, ଅଧା କପ୍ କଟା ଟମାଟ, ଅଧାକପ୍ କଟା ଧନିଆ ପତ୍ର, ଅଧା କପ୍ ତେଲ, ୧/୪ କପ୍ ଲାଲ୍ ସିମଲା ଲଙ୍କା, ୧/୪ କପ୍ ହଳଦିଆ ସିମଲା ଲଙ୍କା, ୧/୪ କପ୍ ଗ୍ରୀନ୍ ସିମଲା ଲଙ୍କା, ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ଓଟ୍ସକୁ ଭଲ ଭାବେ ଗ୍ରାଇଣ୍ଡ କରି ଗୋଟିଏ ବଡ଼ ବାଉଲରେ ରଖନ୍ତୁ । ସେଥିରେ ଦହି, ଲୁଣ ଓ ପାଣି ଦେଇ ଏକ ବହଳିଆ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ତାହାକୁ ଏକ ଘୋଡ଼ଣୀ ଦେଇ ପ୍ରାୟ ୨୦ ମିନିଟ୍ ରଖନ୍ତୁ । ଏହାପରେ ସେଥିରେ ଅଲିଭ୍ ଅଏଲକୁ ଛାଡ଼ି ବାକି ସବୁ ଜିନିଷ ଓ ଅଳ୍ପ ପାଣି ପକାଇ ଭଲ ଭାବେ ଗୋଳାନ୍ତୁ । ଗ୍ୟାସର ଆଂଚକୁ ମିଡିୟମରେ ରଖି ଗୋଟିଏ ନନଷ୍ଟିକ୍ ତାୱାରେ୧ ଛୋଟ ଚାମଚ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ଗୋଟିଏ ବଡ଼ ଚାମଚ ଓଟ୍ସର ମିଶ୍ରଣକୁ ଆଣି ତାୱା ଉପରେ ଖେଳାଇ ଦିଅନ୍ତୁ । ମନେ ରଖନ୍ତୁ ଏହାକୁ ଚକୁଳି ଭଳି ପତଳା କରିବେ ନାହିଁ । ଉଥାପମ୍ ସାଧାରଣତଃ ମୋଟା ହିଁ ଥାଏ । ଉଥାପମର ଗୋଟିଏ ପଟ ହାଲକା ବାଦାମୀ ରଙ୍ଗ ହୋଇଆସିଲେଏହାକୁ ଓଲଟାଇ ଦିଅନ୍ତୁ । ଏଥିରେ ମଧ୍ୟ ହଲକା ତେଲ ଦେଇ ଭଲ ଭାବେ କୁକ୍ କରନ୍ତୁ । ବଳକା ଥିବା ଓଟ୍ସ ମିଶ୍ରଣରେ ମଧ୍ୟ ଏଭଳି ଉଥାପମ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଦହି କିମ୍ବା ଚିଲି ସସ୍ ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *