ରୋଷେଇ – ଭେଣ୍ଡି ଖଟା

ଆବଶ୍ୟକୀୟ ଜିନିଷ – ୮-୯ଟି ଭେଣ୍ଡି, ଗୋଟିଏ କଟା ଟମାଟ, ବେସର ବଟା (ସୋରିଷ, ଜିର. ଶୁଖିଲା ଲଙ୍କା ଓ ରସୁଣ କୋଲା) ୩ ବଡ଼ ଚାମଚ, ୧ କପ୍ ଚିନି, ୨ଟି ଶୁଖିଲା ଲଙ୍କା, ୨ଟି ଆମ୍ବୁଲ,୧ ଚାମଚ ପଞ୍ଚଫୁଟଣ, ୧/୨ ଚାମଚ ହଳଦି ଗୁଣ୍ଡ, ୧/୨ ଚାମଚ ଲଙ୍କା ଗୁଣ୍ଡ, ଅଧାକପ୍ ଭୃସଙ୍ଗ ପତ୍ର, ସୋରିଷ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ -ପ୍ରଥମେ ଭେଣ୍ଡିକୁ ଧୋଇ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ପ୍ୟାନ୍ ବସାଇ ୨ ଚାମଚ ତେଲ ଦିଅନ୍ତୁ । ସେଥିରେ ଭେଣ୍ଡିଗୁଡ଼ିକୁ ପକାଇ ଭଲ ଭାବେ ଭାଜି ନିଅନ୍ତୁ । ଏହାପରେ ସେହି ପ୍ୟାନରେ ୧ ଚାମଚ ତେଲ ପକାଇ ଶୁଖିଲା ଲଙ୍କା, ଭୃସଙ୍ଗ ପତ୍ର ଓ ପଞ୍ଚଫୁଟଣକୁ ପକାଇ ଅଳ୍ପ ସମୟ ଭାଜନ୍ତୁ । ଏହାପରେ କଟା ଟମାଟ ଦେଇଦିଅନ୍ତୁ । ଗ୍ୟାସର ଫ୍ଲେମକୁ ଲୋ ରଖି ସେଥିରେ ହଳଦୀ, ଲଙ୍କା ଗୁଣ୍ଡ, ୩ ଚାମଚ ବେସର ବଟାକୁ ଦେଇ ୧-୨ ମିନିଟ୍ କୁକ୍ କରନ୍ତୁ । ଏହାପରେ ସେଥିରେ ୩ ବଡ଼ ଚାମଚ ଚିନି ଓ ଗୋଟିଏ ଗ୍ଲାସ୍ ପାଣି ଦେଇ ଫୁଟିବାକୁ ଛାଡ଼ନ୍ତୁ । ସେଥିରେ ଲୁଣ ପକାଇ ଘୋଡ଼ଣୀ ଦେଇ ଦିଅନ୍ତୁ । ମସଲା ପାଣି ଫୁଟିବା ପରେ ସେଥିରେ ଆମ୍ବୁଲ ଓ ଭେଣ୍ଡି ଦେଇ କିଛି ସମୟ ଘୋଡ଼ଣୀ ବନ୍ଦ କରନ୍ତୁ । ଏହା ୫-୬ ମିନିଟ୍ ସିଝିବା ପରେ ଗୋଟିଏ ଥାଳିରେ ବାହାର କରନ୍ତୁ । ପ୍ରସ୍ତୁତ ହୋଇଗଲା ଭେଣ୍ଡି ଖଟା । ଏହାକୁ ଗରମ ଭାତ କିମ୍ବା ପରଟା ସହିତ ଖାଇପାରିବେ ।

Leave a Reply

Your email address will not be published. Required fields are marked *