ରୋଷେଇ – ଟମାଟ ରାଇସ୍
ଆବଶ୍ୟକୀୟ ଜିନିଷ – ୧ କପ୍ ବାସୁମତି ଚାଉଳ, ୩ଟି ଟମାଟ, ଗୋଟିଏ ବଡ଼ ପିଆଜ, ଅଦା-ରସୁଣ ପେଷ୍ଟ୍ ୧ ବଡ଼ ଚାମଚ, ଗୋଟିଏ କଂଚାଲଙ୍କା, ଗୋଟିଏ ଛୋଟ ଚାମଚ ସୋରିଷ, ଖଣ୍ଡେ ଡାଲଚିନି, ୨ଟି ଛୋଟ ଅଳେଇଚ, ୩ଟି ଲବଙ୍ଗ, ଅଧାକପ୍ ଭୃସଙ୍ଗପତ୍ର, ଗୋଟିଏ ଛୋଟ ଚାମଚ ହଳଦୀ, ଲଙ୍କା ପାଉଡର୍, ଗୋଲମରିଚ ଗୁଣ୍ଡ, ଧନିଆ ପାଉଡର୍, ଜିରା ପାଉଡର୍, ୧ ବଡ଼ ଚାମଚ ପୁଦିନାପତ୍ର, ୧ କପ୍ କଟା ଧନିଆ ପତ୍ର, ୨ ଚାମଚ ତେଲ, ଆବଶ୍ୟକ ଅନୁଯାୟୀ ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଚାଉଳକୁ ଅଧ ଘଣ୍ଟା ପାଣିରେ ବତୁରାଇ ଛାଣି ରଖନ୍ତୁ । କୁକରରେ ତେଲ ଦେଇ ଗରମ କରନ୍ତୁ ଏବଂ ସୋରିଷ ପକାଇ କିଛି ସମୟ ଭାଜନ୍ତୁ । ଏହାପରେ ସେଥିରେ ପିଆଜ, ଅଦା-ରସୁଣ ପେଷ୍ଟ, ଭୃସଙ୍ଗପତ୍ର, ଡାଲଚିନି ଗୁଣ୍ଡ, ଅଳେଇଚ, ଲବଙ୍ଗ, ପୁଦିନା ପତ୍ର, ଧନିଆ ପତ୍ର ଓ କଂଚା ଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ । ଏହା ବାସ୍ନା ହୋଇଆସିଲେ ସେଥିରେ ଟମାଟକୁ ଛୋଟ ଛୋଟ କାଟି ପକାନ୍ତୁ । ସେଥିରେ ହଳଦୀ, ଲଙ୍କା ପାଉଡର୍, ଗୋଲମରିଚ ଗୁଣ୍ଡ, ଧନିଆ ପାଉଡର୍, ଜିରା ପାଉଡର୍ ପକାଇ କିଛି ସମୟ କୁକ୍ କରନ୍ତୁ । ଟମାଟ ଭଲ ଭାବେ ସିଝିବା ପରେ ସେଥିରେ ଚାଉଳକୁ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ । ଏହାପରେ କୁକରର ଢ଼ାଙ୍କୁଣୀ ଦେଇ ୨ଟି ସିଟି ହେବା ପର୍ଯ୍ୟନ୍ତ ରଖନ୍ତୁ । ୨ଟି ସିଟି ହେବା ପରେ ଗ୍ୟାସ ବନ୍ଦ କରି କୁକରର ଢ଼ାଙ୍କୁଣୀ ବାହାର କରି ହାଲ୍କା ଭାବେ ଗୋଳାନ୍ତୁ । ପ୍ରସ୍ତୁତ ହୋଇଗଲା ଟମାଟ ରାଇସ୍ । ରାଇତା ଓ ପାମ୍ପଡ଼ ସହିତ ଗରମ ଗରମ ଏହାକୁ ପରଷନ୍ତୁ ।











