ରୋଷେଇ – ସେଓ ଖିରି
ଆବଶ୍ୟକୀୟ ଜିନିଷ – ୨ଟି ବଡ଼ ସେଓ, ୧ ଲିଟର୍ ଖିର, ୬ ଚାମଚ ବଡ଼ ଚିନି, ଅଧାକପ୍ କଣ୍ଡେନ୍ସ ମିଲ୍କ, ଅଧାକପ୍ କଟା କାଜୁ ଓ ପିସ୍ତା, ୧ ଚାମଚ ଗୁଜରାତି ଗୁଣ୍ଡ ଓ ୧ ଚାମଚ ଘିଅ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସେଓର ଚୋପା ବାହାର କରି ତାହାକୁ କୋରି ଦିଅନ୍ତୁୁ । ଏହାପରେ ପ୍ୟାନ୍ ବସାଇ ଘିଅ ଦିଅନ୍ତୁ । ଘିଅ ଗମର ହେବା ପରେ ସେଥିରେ କାଜୁ ଓ ପିସ୍ତା ପକାଇ ବାଦାମ୍ ରଙ୍ଗର ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାକୁ ଗୋଟିଏ ବାଉଲରେ ବାହାର କରନ୍ତୁ । ସେହି ପ୍ୟାନରେ ସେଓ କୋରାକୁ ପକାଇ ୩ଚାମଚ ଚିନି ଦେଇ ଭାଜନ୍ତୁ । ସେଓ ଅଳ୍ପ ଲାଲ୍ ହେବା ପରେ ସେଥିରେ ଆଉ ୩ ଚାମଚ ଚିନି ଦେଇ କୁକ୍ କରନ୍ତୁ । ଏହାକୁ ଗୋଟିଏ ଥାଳିରେ ବାହାର କରି ଭଲ ଭାବେ ଥଣ୍ଡା ହେବାକୁ ଦିଅନ୍ତୁ । ଏହାପରେ କରେଇରେ ଖିରକୁ ଗରମ କରନ୍ତୁ । ଖିର ଭଲ ଭାବେ ଫୁଟି ଅଧା ହୋଇଗଲେ ସେଥିରେ କଣ୍ଡେନ୍ସ ମିଲ୍କ, ଭଜା କାଜୁ, ପିସ୍ତା ଓ ଗୁଜରାତି ଗୁଣ୍ଡ ପକାଇ ଗୋଳାନ୍ତୁ । କିଛି ସମୟ ପରେ ସେଥରେ ଥଣ୍ଡା ହୋଇ ଯାଇଥିବା ସେଓ କୋରାକୁ ପକାଇ ଭଲ ଭାବେ ଗୋଳାନ୍ତୁ । ୨-୩ ମିନିଟ୍ କୁକ୍ ହେବା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସେଓ ଖିରି । ଖିରି ଥଣ୍ଡା ହେବା ପରେ ତା’ ଉପରେ ଆଉ କିଛି ଡ୍ରାଏଫୁଡସ୍ ସଜାଇ ଫ୍ରିଜରେ ରଖିଦିଅନ୍ତୁ । ମନେ ରଖନ୍ତୁ ଖିରିକୁ ଅଧିକ ମୋଟା କିମ୍ବା ପତଳା କରନ୍ତୁ ନାହିଁ । ଅଧିକ ମୋଟା ହୋଇଥିଲେ ଫ୍ରିଜରେ ରଖିବା ପରେ ଏହା ଆହୁରି ବହଳିଆ ହୋଇଯାଏ, ଯାହାକି ଖାଇବା ପାଇଁ ଭଲ ଲାଗିନଥାଏ । ଖିରି ଅଧିକ ପତଳା ହେଲେ ମଧ୍ୟ ପାଟିକୁ ସୁଆଦିଆ ଲାଗେନାହିଁ ।