ରୋଷେଇ – ପିଜୁଳି ଚଟଣୀ

ଆବଶ୍ୟକୀୟ ଜିନିଷ – ୨ଟି ପାଚିଲା ପିଜୁଳି, ଅଧା କପ୍ କଟା ଧନିଆ ପତ୍ର, କଂଚା ଲଙ୍କା ଗୋଟିଏ, ଗୋଟିଏ ଲେମ୍ବୁର ରସ, ଖଣ୍ଡେ ଛୋଟ ଅଦା, ୧/୨ ଟିସ୍ପୁନ୍ କଳାଲୁଣ, ଗୋଲମରିଚ ଗୁଣ୍ଡ ୧/୨ ଟିସ୍ପୁନ୍, ୧ ଟି ସ୍ପୁନ୍ ଜିରାଗୁଣ୍ଡ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଜିରାକୁ ଭାଜି ଗୁଣ୍ଡ କରି ରଖନ୍ତୁ । ପିଜୁଳିକୁ ଭଲ ଭାବେ ଧୋଇ କାଟନ୍ତୁ । ପିଜୁଳି ଭିତରେ ଥିବା ମଂଜି ଅଂଶକୁ ବାହାର କରି ତାହାକୁ ମିକ୍ସର ଜାରରେ ପକାନ୍ତୁ । ସେହି ଜାରରେ ଧନିଆ ପତ୍ର, ଲଙ୍କା, ଗୋଲମରିଚ, ଜିରା ପାଉଡର୍, ଲେମ୍ବୁ ରସ ଓ ହାଲକା ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ । ଏହାକୁ ଗୋଟିଏ ବାଉଲରେ ବାହାର କରି ସେଥିରେ ଲୁଣ ଗୋଳାଇ ରଖନ୍ତୁ । ପ୍ରସ୍ତୁତ ହୋଇଗଲା ପିଜୁଳି ଚଟଣୀ । ଏହାକୁ ରୁଟି, ପରଟା କିମ୍ବା ଗରମ ଭାତ ସହିତ ଖାଆନ୍ତୁ ।

Leave a Reply

Your email address will not be published. Required fields are marked *