ରୋଷେଇ – ଦକ୍ଷିଣ ଭାରତୀୟ ଖାଦ୍ୟ ରାବା ପୁଣ୍ଡି

ଆବଶ୍ୟକୀୟ ଜିନିଷ – ୨ ଚାମଚ ତେଲ, ୧ ଚାମଚ ସୋରିଷ, ଅଧାକପ୍ ଭୃସଙ୍ଗପତ୍ର, ୧ ଚାମଚ ବୁଟ ଡାଲି, ୧ କପ୍ ରାବା ସୁଜି, ୩ କପ୍ ପାଣି, ଅଧା ଚାମଚରୁ କମ୍ ମେଥି, ଅଧାକପ୍ ନଡ଼ିଆ ପାଉଡର୍, ଗୋଟିଏ କଟା କଂଚା ଲଙ୍କା ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କରେଇ ବସାଇ ତେଲ ଗରମ କରନ୍ତୁ । ଏହାପରେ ସେଥିରେ ସୋରିଷ, ବୁଟ ଡାଲି, ଭୃସଙ୍ଗପତ୍ର, କଞ୍ଚାଲଙ୍କା ଓ ମେଥି ପକାଇ ଭଲ ଭାବେ ଭାଜନ୍ତୁ । ଏହାପରେ ନଡ଼ିଆ ପାଉଡର୍ ପକାଇ ୧ମିନିଟ୍ ଭାଜିନିଅନ୍ତୁ । ତା’ପରେ ସେଥିରେ ସୁଜି ପକାଇ ଭାଜନ୍ତୁ । ଏହାକୁ ପ୍ରାୟ ୨-୩ ମିନିଟ୍ ଭାଜିବା ପରେ ସେଥିରେ ପାଣି ଦେଇ ଗୋଳାନ୍ତୁ । ଏହାକୁ କିଛି ସମୟ କୁକ୍ କରନ୍ତୁ । ଦେଖିବେ ଏହି ପାଣି ସୁଜିରେ ଭଲ ଭାବେ ଶୁଖିଯିବ । ଏହାପରେ ତାହାକୁ ଏକ ଥାଳିରେ ବାହାର କରିଦିଅନ୍ତୁ । ହାଳ୍କା ଉଷୁମ ଥିବା ଅବସ୍ଥାରେ ସୁଜିରୁ ଅଳ୍ପ ଅଳ୍ପ ନେଇ ବରା ଭଳି ଗଢ଼ନ୍ତୁ । ଏହାପରେ ସେହି ବରାଗୁଡ଼ିକୁ ଇଡଲି କୁକର୍ କିମ୍ବା କରେଇରେ ଅଳ୍ପ ପାଣି ରଖି ସିଝାନ୍ତୁ । ପ୍ରସ୍ତୁତ ହୋଇଗଲା ରାବା ପୁଣ୍ଡି । ଅଳ୍ପ ଥଣ୍ଡା ହେବା ପରେ ଏହାକୁ ଆପଣ ଦହି, ସାମ୍ବର୍ କିମ୍ବା ନଡ଼ିଆ ଚଟଣୀ ସହିତ ପରଷନ୍ତୁ ।

Leave a Reply

Your email address will not be published. Required fields are marked *