ରୋଷେଇ – ପଟାଟୋ ଟଫି

ଆବଶ୍ୟକୀୟ ଜିନିଷ – ଦେଢ଼ କପ୍ ମଇଦା, ୪ ଟେବୁଲ୍ ସ୍ପୁନ୍ ବେସନ, ୨ଟି ବଡ଼ ଆଳୁ, ୧ ଟିସ୍ପୁନ୍ ଜୁଆଣି, ଗୋଟିଏ କଂଚା ଲଙ୍କା, ୧ ଟିସ୍ପୁନ୍ ଚାଟ୍ ମସଲା, ୧ଟିସ୍ପୁନ୍ ଲଙ୍କା ପାଉଡର୍, ୧/୪ ଟିସ୍ପୁନ୍ ଗରମ ମସଲା, ୧/୨ ଟିସ୍ପୁନ୍ କଳାଲୁଣ, ତେଲ, ଅଧା କପ୍ କଟା ଧନିଆ ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ଆଳୁକୁ ସିଝାଇ ଚକଟି ରଖନ୍ତୁ । ଗୋଟିଏ ବାଉଲରେ ମଇଦା, ଜୁଆଣି, ଅଳ୍ପ ତେଲ, ଲୁଣ ଓ ଅଳ୍ପ ପାଣି ଦେଇ ଭଲ ଭାବେ ଚକଟି ରଖନ୍ତୁ । ଏହାକୁ ଗୋଟିଏ ଘୋଡ଼ଣୀ ଦେଇ ୧୦-୧୫ ମିନିଟ୍ ରଖିଦିଅନ୍ତୁ । ଏହାପରେ ଗୋଟିଏ କରେଇ ବସାଇ ଅଳ୍ପ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ କଟା ଲଙ୍କା, ଧନିଆ ପତ୍ର, ଚାଟ୍ ମସଲା, ଲଙ୍କା ଗୁଣ୍ଡ, ଗରମ ସମଲା, କଳାଲୁଣ, ଓ ବେସନ ପକାଇ ଭଲ ଭାବେ ଭାଜି ନିଅନ୍ତୁ । ଏହାପରେ ସେଥିରେ ଆଳୁ ଓ ସ୍ୱାଦ ଅନୁଯାୟୀ ଲୁଣ ଦେଇ ମସଲା ସହିତ ଭଲ ଭାବେ ମିଶାଇ ୨-୩ ମିନିଟ୍ କୁକ୍ କରନ୍ତୁ । ଏହାପରେ ମଇଦାରେ ବଡ଼ ବଲସ୍ କରି ରୁଟି ଭଳି ବେଲନ୍ତୁ । ଅଧିକ ମୋଟା କିମ୍ବା ଅଧିକ ପତଳା କରନ୍ତୁ ନାହିଁ । ରୁଟି ପ୍ରସ୍ତୁତ ହେବା ପରେ ତାହା ଉପରେ ଆଳୁ ପୁରକୁ ରଖି ଚାରିପଟକୁ ଭଲ ଭାବେ ଖେଳାଇ ଦିଅନ୍ତୁ । ଏହାପରେ ରୁଟିକୁ ଅଳ୍ପ ଟାଇଟ୍ ଭାବେ ରୋଲ୍ କରନ୍ତୁ । ଏହାକୁ ଛୁରୀ ସାହାଯ୍ୟରେ ଖଣ୍ଡ ଖଣ୍ଡ କରି କାଟନ୍ତୁ । ଗୋଟିଏ ରୁଟିର ରୋଲରୁ ୮-୯ ଖଣ୍ଡ ହେବ । ଆଳୁ ପୁର ବାହାରି ନଯିବା ପାଇଁ ଏହି ଖଣ୍ଡଗୁଡ଼ିକୁ ଗୋଟିଏ ଗୋଟିଏ କରି ହାତରେ ଧରି ହାଲ୍କା ଦବାଇ ଦିଅନ୍ତୁ । ଏହାପରେ କରେଇରେ ତେଲ ପକାଇ ସେଗୁଡ଼ିକୁ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ପଟାଟୋ ଟଫି । ଏହାକୁ ଟମାଟ ସସ୍ ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *