ଜନ୍ମାଷ୍ଟମୀର ବିଶେଷ ଭୋଗ ଧନିଆ ପଞ୍ଜିରି
ଆବଶ୍ୟକୀୟ ଜିନିଷ – ୧ ବଡ଼ କପ୍ ଧନିଆ, ଅଧା କପ୍ ଚିନି ପାଉଡର୍, ୧/୪ କପ୍ ଶୁଖା ନଡ଼ିଆ କୋରା, କାଜୁ ଅଧା କପ୍, ପିସ୍ତା ଅଧା କପ୍, ଗୁଜରାତି ଗୁଣ୍ଡ୧ ବଡ଼ ଚାମଚ ଓ ୨ ଟେବୁଲ୍ସ୍ପୁନ୍ ଘିଅ ।
ପ୍ରସ୍ତୁତି ପ୍ରଣାଳୀ – ଧନିଆକୁ ଗୋଟିଏ ଥାଳିରେ ପକାଇ ସେଥିରୁ କାଠିକୁଟା ବାହାର କରିଦିଅନ୍ତୁ । ଏହାକୁ ମିକ୍ସର ଜାର୍ରେ ପକାଇ ଭଲଭାବେ ପାଉଡର୍ ଭଳି ଗୁଣ୍ଡ କରନ୍ତୁ । ଏହାପରେ କାଜୁଗୁଡ଼ିକୁ ସମାନ ଭାବରେ କାଟି ଗୋଟିଏ ବାଉଲରେ ରଖନ୍ତୁ । ପିସ୍ତାକୁ ମଧ୍ୟ ସେଭଳି ଛୋଟ ଛୋଟ ଖଣ୍ଡ କରିଦେଇ ସେଥିରେ ମିଶାନ୍ତୁ । ତା’ପରେ ଗ୍ୟାସର ଫ୍ଲେମକୁ ଲୋ ମିଡିୟମରେ ରଖି ପ୍ୟାନ୍ ବସାଇ ସେଥିରେ ନଡ଼ିଆ କୋରାକୁ ପକାନ୍ତୁ । ହାଲକା ଭାବେ ୨-୩ ମିନିଟ୍ ଭାଜିବା ପରେ ତାହାକୁଏକ ଥାଳିରେ ବାହାର କରିଦିଅନ୍ତୁ । ଏହାପରେ ସେହି ପ୍ୟାନରେ କାଜୁ ଓ ପିସ୍ତାକୁ ପକାଇ ଅଳ୍ପ ରୋଷ୍ଟ୍ କରିଦିଅନ୍ତୁ । ଏହାକୁ ଗୋଟିଏ ଥାଳିରେ ବାହାର କରିଆଣନ୍ତୁ । ଏହାପରେ ପ୍ୟାନରେ ଘିଅ ଦିଅନ୍ତୁ । ଘିଅ ଗରମ ହେବା ପରେ ସେଥିରେ ଧନିଆ ପାଉଡର୍ ପକାଇ ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାର ରଙ୍ଗ ହାଲକା ବଦଳିଯିବ । ଏହାପରେ ଗ୍ୟାସ୍ ବନ୍ଦ କରି ଧନିଆ ପାଉଡରକୁ ଏକ ବାଉଲରେ ବାହାର କରିଦିଅନ୍ତୁ । ଏହାପରେ ସେଥିରେ ଚିନି ପାଉଡର୍, ଭଜା ନଡ଼ିଆ, ଗୁଜରାତି ପାଉଡର୍, ଭଜା କାଜୁ ଓ ପିସ୍ତାକୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଧନିଆ ପଞ୍ଜିରି । ଏହାକୁ ଆପଣ ଜନ୍ମାଷ୍ଟମୀରେ ଭୋଗ ଲଗାନ୍ତୁ ।