ରୋଷେଇ – କଞ୍ଚାକଦଳୀ ଚୋପା ଚଟଣୀ
ଆବଶ୍ୟକୀୟ ଜିନିଷ – ୩ରୁ ୪ଟି ବଡ଼ କଂଚା କଦଳୀ ଚୋପା, ୨ଟି କଞ୍ଚା ଳଙ୍କା, ୯-୧୦ ରସୁଣ କୋଲା, ଧନିଆ ପତ୍ର କଟା ଅଧା କପ୍ , ଅଧା ଚାମଚରୁ କମ୍ ହଳଦୀ, ସ୍ୱାଦ ଅନୁଯାୟୀ ଲୁଣ, ଶୁଖିଲା ଲଙ୍କା, ଛୋଟ ଚାମଚ ସୋରିଷ ତେଲ, ୧ ଚାମଚ କଳାଜିରା, ୧ କପ୍ ପାଣି ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଦଳୀର ଚୋପାକୁ ଧୋଇ ପାଣିରେ ସଝାଇ ଦିଅନ୍ତୁ । ସିଝିବା ପରେ ତାହାକୁ ଛାଣି ଗ୍ରାଇଣ୍ଡିଙ୍ଗ୍ ଜାରରେ ପକାନ୍ତୁ । ସେଥିରେ ସ୍ୱାଦ ଅନୁଯାୟୀ ଲୁଣ, ରସୁଣ କୋଲା, ରାଗ ଅନୁଯାୟୀ କଂଚା ଲଙ୍କା, ହଳଦୀ ଗୁଣ୍ଡ ଓ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ । ଚିକ୍କଣ କରି ଗ୍ରାଇଣ୍ଡ କରିବା ପରେ ପ୍ୟାନରେ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ କଳାଜିରା ଓ ଶୁଖିଲା ଲଙ୍କା ପକାଇ ଭାଜନ୍ତୁ । ଏହାପରେ ଗ୍ରାଇଣ୍ଡ୍ କରିଥିବା କଳଦୀ ପେଷ୍ଟ୍ ପକାଇ ଭଲ ଭାବେ ଘାଣ୍ଟନ୍ତୁ । ଏହାର କଂଚା ବାସ୍ନା ନଯିବା ପର୍ଯ୍ୟନ୍ତ ଏହାକୁ ଘାଣ୍ଟନ୍ତୁ । ମନେ ରଖନ୍ତୁ ଅଧିକ ଶୁଖିଲା କରିବେ ନାହିଁ । ନଚେତ୍ ଏହା ପୋଡ଼ିଯିବାର ଭୟ ଥାଏ । ତେବେ ୧୦ ମିନିଟ୍ ଏଭଳି କରିବା ପରେ ପ୍ୟାନକୁ ଓହ୍ଲାଇ ଥଣ୍ଡା ହେବାକୁ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କଞ୍ଚା କଦଳୀ ଚୋପା ଚଟଣୀ । ଏହାକୁ ଆପଣ ପୁରି, ରୁଟି କିମ୍ବା ଟୋଷ୍ଟ୍ ସହିତ ଖାଇପାରିବେ ।