ରୋଷେଇ – ଅଖରୋଟ୍ ବର୍ଫି

ଆବଶ୍ୟକୀୟ ଜିନିଷ – ୧ କପ୍ ଅଖରୋଟ୍, ୧/୪ କପ୍ ଖିର, ୨୫୦ ଗ୍ରାମ୍ ଖୁଆ, ୧/୪ କପ୍ ଚିନି, ୧ ଟେବୁଲ୍ ସ୍ପୁନ୍ ଘିଅ, କିଛି ଡ୍ରାଏ ଫୁଡସ୍ ଓ ଅଧା ଟିସ୍ପୁନ୍ ଗୁଜରାତି ପାଉଡର୍


ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବାଉଲରେ ଅଧା କପ୍ ଅଖରୋଟ୍ ଓ ଖିର ମିଶାଇ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ତା’ପରେ ଏହାର ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାପରେ ପ୍ୟାନରେ ଘିଅକୁ ଗରମ କରି ସେଥିରେ ବଳକା ଅଖରୋଟକୁ ପକାଇ ଭଲ ଭାବେ ଭାଜନ୍ତୁ । ଏହାକୁ ଗୋଟିଏ ଥାଳିରେ ବାହାର କରନ୍ତୁ । ଏହାପରେ ପ୍ୟାନରେ ଥିବା ବଳକା ଘିଅରେ ଖୁଆ ଓ ଚିନି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଖରୋଟ୍ ପେଷ୍ଟକୁ ପକାଇ ଭଲ ଭାବେ ଗୋଳାନ୍ତୁ । ଗ୍ୟାସର ଆଂଚ ଧିମା ରଖି ଗାଢ଼ା ହେବା ପର୍ଯ୍ୟନ୍ତ ଏହାକୁ କୁକ୍ କରନ୍ତୁ ଏବଂ ଏଥିରେ ଗୁଜରାତି ପାଉଡର୍ ଓ ଭଜା ହୋଇଥିବା ଅଖରୋଟ୍ ମିଶାଇ ୧-୨ ମିନିଟ୍ ଚଲାଇବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହାପରେ ଗୋଟିଏ ଥାଳିରେ ଭଲ ଭାବେ ଘିଅ ଲଗାଇ ଏହି ପେଷ୍ଟକୁ ପକାଇ ସମାନ ଭାବରେ ଖେଳାଇ ଦିଅନ୍ତୁ । ଏହା ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ତାହାକୁ ଆପଣ ଯେ କୌଣସି ଆକାରରେ କାଟି ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ଅଖରୋଟ୍ ବର୍ଫି । ଏହାକୁ ଡ୍ରାଏ ଫୁଡସ୍ ଦ୍ୱାରା ସଜାନ୍ତୁ ।

Leave a Reply

Your email address will not be published.