ରୋଷେଇ – ଅଣ୍ଡା ଡାଲମା

ଆବଶ୍ୟକୀୟ ଜିନିଷ – ୧ କପ୍ ବତୁରା ହରଡ ଡାଲି, ୨ଟି ଅଣ୍ଡା, ୨ଟି ଆଳୁ, ୨ଟି କାଙ୍କଡ଼, ଖଣ୍ଡେ କଖାରୁ, ଗୋଟିଏ ବାଇଗଣ, ଗୋଟିଏ ଟମାଟ, କିଛି ବିନସ୍, ଛୁଙ୍କ ପାଇଁ ୨ ଚାମଚ ତେଲ, ୧ ଚାମଚ ପଞ୍ଚଫୁଟଣ, ୨ଟି ଶୁଖିଲା ଲଙ୍କା, ଗୋଟିଏ ତେଜପତ୍ର, ଗୋଟିଏ କଟା ପିଆଜ, ୧ ଚାମଚ ଅଦା-ରସୁଣ ବଟା, ହଳଦି ୧ ଚାମଚ ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କୁକରରେ ପାଣି ଦିଅନ୍ତୁ । ପାଣି ଫୁଟିବା ପରେ ସେଥିରେ ସବୁ ପରିବା କାଟି ପକାନ୍ତୁ । ଡାଲି ଓ ଅଳ୍ପ ହଳଦୀ ଓ ଲୁଣ ଦେଇ କୁକରର ଘୋଡ଼ଣୀ ଦେଇଦିଅନ୍ତୁ । ୨ଟି ସିଟି ହେବା ପର୍ଯ୍ୟନ୍ତ ସିଝାନ୍ତୁ । ସାଧାରଣ ଭାବେ ଡାଲମା ପ୍ରସ୍ତୁତ କରିବା ପ୍ରଣାଳୀରେ ଏହାକୁ କରନ୍ତୁ । ଏହାପରେ କରେଇ ବସାଇ ତେଲ ଗରମ କରନ୍ତୁ । ସେଥିରେ ପଞ୍ଚଫୁଟଣ, ଶୁଖିଲା ଲଙ୍କା, ତେଜପତ୍ର, ପିଆଜ, ଅଦା ରସୁଣ ବଟା ଓ ଟମାଟ ପକାଇ କୁକ୍ କରନ୍ତୁ । ଏହାକୁ କିଛି ସମୟ ଭାଜିବା ପରେ ସେଥିରେ ହାଲ୍କା ଲୁଣ ଓ ହଳଦୀ ଓ ଗରମ ମସଲା ପକାଇ ଚଲାନ୍ତୁ । ଏହାପରେ ଦୁଇଟି ଅଣ୍ଡାକୁ ଭାଙ୍ଗି ଭୁଜିଆ ଭଳି କରନ୍ତୁ । ଏହା ପ୍ରସ୍ତୁତ ହୋଇଯିବା ପରେ ସେଥିରେ ଡାଲମା ପକାଇ ଘୋଡ଼ଣୀ ଦିଅନ୍ତୁ । ଏହା ୫-୧୦ ମିନିଟ୍ କୁକ ହେବା ପରେ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *