ରୋଷେଇ – ପାସ୍ତା ରୋଲ୍
ଆବଶ୍ୟକୀୟ ଜିନିଷ – ୩କପ୍ ଅଟା, ୩ କପ୍ ସିଝା ପାସ୍ତା, ଗୋଟିଏ କଟା ଟମାଟ, ଗୋଟିଏ ବଡ଼ କଟା ପିଆଜ, ଗୋଟିଏ କଟା କ୍ୟାପସିକମ୍, ଖଣ୍ଡେ ଅଦା, ୧ ଚାମଚ ତେଲ, ୧ ବଡ଼ ଚାମଚ ଜିରା, ଗୋଟିଏ କଟା କଂଚା ଲଙ୍କା, ୩ ବଡ଼ ଚାମଚ ଟମାଟ ସସ୍, ଫାଳେ ଲେମ୍ବୁ,୧ ବଡ଼ ଚାମଚ ଧନିଆ ପାଉଡର୍, ୧ ବଡ଼ ଚାମଚ ପାସ୍ତା ମସଲା ପାଉଡର୍ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟାକୁ ନରମ କରି ଚକଟି ରଖନ୍ତ । ଏହାପରେ କରେଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ଜିରା ପକାନ୍ତୁ । ତାହାକୁ ଅଳ୍ପ ସମୟ ଭାଜି ସେଥିରେ ପିଆଜ ଓ ଲଙ୍କା ପକାନ୍ତୁ । ପିଆଜ ଲାଲ୍ ହେବା ପରେ ଟମାଟ ଓ କ୍ୟାପସିକମ୍ ପକାଇ ଭଲ ଭାବେ କୁକ୍ କରନ୍ତୁ । ଏହା ପରେ ସିଝା ହୋଇଥିବା ପାସ୍ତାକୁ ପକାନ୍ତୁ । ଏହାକୁ ଘୋଡ଼ଣୀ ଦେଇ ଅଳ୍ପ ସମୟ ସିଝାନ୍ତୁ । ଏହାପରେ ସେଥିରେ ଟମାଟ ସସ୍, ଲୁଣ ଓ ପାସ୍ତା ମସଲା ପାଉଡର୍ ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ । ଏହାକୁ ଘୋଡଣୀ ଦେଇ ଗ୍ୟାସରୁ ବାହାର କରି ଆଣନ୍ତୁ । ଏହାପରେ ଅଟାରେ ରୁଟି ବନାନ୍ତୁ । ରୁଟି ଭାଜି ହୋଇଯିବା ପରେ ସେହି ପାସ୍ତାକୁ ଆଣି ରୁଟି ଉପରେ ରଖନ୍ତୁ ଏବଂ ସେଥିରେ ଲେମ୍ବୁରସ ଓ ଧନିଆ ପାଉଡର୍ ପକାଇ ରୋଲ୍ କରନ୍ତୁ ଏବଂ ଗରମ ଗରମ ପରଷନ୍ତୁ ।