ରୋଷେଇ – ଜନ୍ମାଷ୍ଟମୀ ପାଇଁ ଗୁଜରାଟର ବିଶେଷ ବ୍ୟଞ୍ଜନ ବାସୁନ୍ଦି

ଆବଶ୍ୟକୀୟ ଜିନିଷ – ଦେଢ଼ ଲିଟର୍ ଫୁଲ୍ କ୍ରୀମ୍ ଖିର, ୭୫ ଗ୍ରାମ୍ ଚିନି, କଟା କାଜୁ ଅଧା କପ୍, କଟା ବାଦାମ୍ ଅଧା କପ୍, କଟା ପିସ୍ତା ଅଧା କପ୍, କିଛି କେସର ଓ ଅଳେଇଚ ପାଉଡର୍ ୩ ଚାମଚ


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କରେଇ ବସାଇ ଖିରକୁ ଫୁଟିବାକୁ ଦିଅନ୍ତୁ । ଖିରକୁ ମଝିରେ ମଝିରେ ଚଲାଇବାକୁ ପଡ଼ିବ । ଗ୍ୟାସର ଫ୍ଲେମ୍ କମ୍ କରନ୍ତୁ । ଖିରରେ ସର ପଡ଼ିବା ସମୟରେ ତାହାକୁ ଚଲାଇ ଖିର ସହିତ ମିଶାଇ ଦିଅନ୍ତୁ । (ଦେଢ଼ ଲିଟର୍ ଖିର ଫୁଟିବା ପରେ ପ୍ରାୟ ଅଧା ହୋଇଯିବ) । ଖିର ଭଲ ଭାବେ ଫୁଟି ଗାଢ଼ା ହେବା ପରେ ସେଥିରେ କେସର ପକାନ୍ତୁ । ଏହାକୁ ଅଳ୍ପ ସମୟ ଘାଣ୍ଟି ଦିଅନ୍ତୁ । ଏହାପରେ ସେଥିରେ କାଜୁ, ବାଦାମ୍ ଓ ପିସ୍ତାରୁ ଅଳ୍ପ ଅଳ୍ପ ନେଇ ଖିରରେ ପକାଇ କିଛି ସମୟ କୁକ୍ କରନ୍ତୁ । ଏହାପରେ ଖିର ସମ୍ପୂର୍ଣ୍ଣ ହଳଦିଆ ରଙ୍ଗର ହୋଇଯିବ । ଏହାପରେ ସେଥିରେ ଚିନି ମିଶାଇ ଭଲ ଭାବେ ଗୋଳାନ୍ତୁ । କିଛି ସମୟ ଫୁଟିବା ପରେ ସେଥିରେ ଅଳେଇଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଗ୍ୟାସକୁ ବନ୍ଦ କରି କରେଇକୁ ଓହ୍ଲାଇ ଆଣନ୍ତୁ । ଏହା ଉପରେ ବଳକା କଟା କାଜୁ, ବାଦାମ୍ ଓ ପିସ୍ତାକୁ ପକାଇ ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ତାହାକୁ ଫ୍ରିଜରେ ରଖିଦିଅନ୍ତୁ । ପ୍ରାୟ ୩ ଘଣ୍ଟା ଫ୍ରିଜରେ ରଖିବା ପରେ ଆପଣ ତାହାକୁ ସର୍ଭ କରିପାରିବେ । ଜନ୍ମାଷ୍ଟମୀରେ ଭୋଗ ଲଗାଇବା ପାଇଁ ବିଶେଷ ଭାବେ ଏହି ବାସୁନ୍ଦି ପ୍ରସ୍ତୁତ କରାଯାଇଥାଏ । ତେବେ ଆପଣ ମଧ୍ୟ ଏହାକୁ ଆଗାମୀ ଜନ୍ମାଷ୍ଟମୀରେ ପ୍ରସ୍ତୁତ କରନ୍ତୁ ।

Leave a Reply

Your email address will not be published. Required fields are marked *