ରୋଷେଇ – ବିଦେଶୀ ଖାଦ୍ୟ ଲୋକମା
ଆବଶ୍ୟକୀୟ ଜିନିଷ – ୨ କପ୍ ମଇଦା, ୧ ଚାମଚ ଇଷ୍ଟ୍, ୩ ଛୋଟ ଚାମଚ ଚିନି, ୧ କପ୍ ଗରମ ପାଣି, ୨ବଡ଼ ଚାମଚ ଲେମ୍ବୁ ରସ, ଛାଣିବା ପାଇଁ ଘିଅ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବାଉଲରେ ୧/୪ କପ୍ ଗରମ ପାଣି, ଇଷ୍ଟ୍ ଓ ୧ ଚାମମ ଚିନି ପକାଇ ଭଲ ଭାବେ ମିକ୍ସ କରନ୍ତୁ । ଏହାକୁ ୧୦-୧୫ ମିନିଟ୍ ପାଇଁ ରଖିଦିଅନ୍ତୁ । ଆଉ ଗୋଟିଏ ବାଉଲରେ ମଇଦା ଓ ଲୁଣ ନିଅନ୍ତୁ ଏବଂ ଏଥିରେ ଇଷ୍ଟ୍ ପାଣିକୁ ଅଳ୍ପ ଅଳ୍ପ ପକାଇ ଗୋଳାନ୍ତୁ । ଏହି ମିଶ୍ରଣକୁ ଗାଢ଼ା ହିଁ ରଖନ୍ତୁ । ଏହାକୁ ଏକ ଘୋଡ଼ଣୀ ଦେଇ ପ୍ରାୟ ଦେଢ଼ଘଣ୍ଟା ରଖିଦିଅନ୍ତୁ । ଏହି ସମୟ ଭିତରେ ଏକ କରେଇରେ ୧/୩ ଗରମ ପାଣି, ଲେମ୍ବୁ ରସ ଓ ବଳକା ଚିନିକୁ ପକାଇ ମିଡିୟମ୍ ଆଂଚରେ ୧୦-୧୫ ମିନିଟ୍ ଫୁଟାନ୍ତୁ । ଏହି ଚିନି ସିରା ପ୍ରସ୍ତୁତ ହୋଇଯିବା ପରେ କରେଇ ବାହାର କରି ଆଣନ୍ତୁ । ଏହାପରେ ଘିଅ ଗରମ କରନ୍ତୁ ଏବଂ ମଇଦାରେ ଛୋଟ ଛୋଟ କାକରା ଭଳି କରି ଛାଣନ୍ତୁ । ଏହାକୁ ଆପଣ ଯେକୌଣସି ଆକାର ଦେଇପାରିବେ । ଏଗୁଡ଼ିକ ଭଲ ଭାବେ ଲାଲ୍ ହୋଇ ଭାଜି ହୋଇଯିବା ପରେ ଗରମ ଥିବା ଅବସ୍ଥାରେ ଏହା ଉପରେ ଚିନି ସିରା ପକାଇ ପରଷନ୍ତୁ ।