ରୋଷେଇ – ରାକ୍ଷୀ ପାଇଁ ସନ୍ଦେଶ୍ ମିଠା
ଆବଶ୍ୟକୀୟ ଜିନିଷ – ପନିର୍ ୪୦୦ ଗ୍ରାମ, ଚିନି ୨୦୦ ଗ୍ରାମ, ୩ ଚାମଚ ଗୁଜରାତି ଗୁଣ୍ଡ ଓ ସଜାଇବା ପାଇଁ କିଛି ଡ୍ରାଏ ଫୁଡସ୍
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପନିର୍ ଓ ଚିନିକୁ ମିକ୍ସର୍ ଜାରରେ ପକାଇ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ । ଏହାପରେ ତାହାକୁ ଏକ ବାଉଳରେ ବାହାର କରି ସେଥିରେ ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଦଳିଦିଅନ୍ତୁ । ଏହାପରେ ଗ୍ୟାସରେ କରେଇ ବସାଇ ସେଥିରେ ପନିରକୁ ପକାଇ ୧୦ -୧୫ ମିନିଟ୍ କୁକ୍ ହେବାକୁ ଦିଅନ୍ତୁ । ଗ୍ୟାସର ଫ୍ଲେମ୍ ଲୋ’ ରଖନ୍ତୁ । ପନିର୍ କୁକ୍ ହୋଇଯିବା ପରେ କରେଇରେ ଲାଗିବ ନାହିଁ । ଏହାପରେ ତାହାକୁ ଏକ ପ୍ଲେଟରେ ବାହାର କରି ନେଇ ଥଣ୍ଡା ହେବାକୁ ଦିଅନ୍ତୁ । ଏହି ପନିରକୁ ଏକ ଚାମଚ ସାହାଯ୍ୟରେ ଓଲାଟାଇ ଥଣ୍ଡା କରନ୍ତୁ । ସାଧାରଣ ଭାବେ ରଖିଦେଲେ ଏହା ଟାଣ ହୋଇଯାଏ । ତେଣୁ ପ୍ଳେଟରେ ଥିବା ସମରେ ଏକ ଚାମଚ ସାହାଯ୍ୟରେ ଓଲଟାଇ ଦିଅନ୍ତୁ । ହାଲକା ଉଷୁମ ହେବା ପରେ ସେଥିରୁ ଅଳ୍ପ ଅଳ୍ପ ନେଇ ବଲସ୍ ବନାନ୍ତୁ । (ପନିର୍ ଭଲ ଭାବେ କୁକ୍ ହୋଇଥିଲେ ସେହି ବଲସ୍ ଗୁଡ଼ିକ ଆଦୌ ଫାଟିବ ନାହିଁ) । ସବୁ ବଲସ୍ ପ୍ରସ୍ତୁତ ହୋଇଯିବା ପରେ ତାହା ଉପରେ କିଛି ପିସ୍ତା ଓ କାଜୁ ଗୁଣ୍ଡ ବିଞ୍ଝି ଦିଅନ୍ତୁ । ଏହାପରେ ପ୍ରତ୍ୟେକ ମିଠା ଉପରେ ଗୋଟିଏ କିସମିସ୍ ରଖି ହାଲକା ଦବାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସନ୍ଦେଶ୍ । ରାକ୍ଷୀରେ ଏହାକୁ ପ୍ରସ୍ତୁତ କରନ୍ତୁ ଏବଂ ଖୁସି ମନାନ୍ତୁ ।