ରୋଷେଇ – ସାଗୁ ଫିଙ୍ଗରସ୍

ଆବଶ୍ୟକୀୟ ଜିନିଷ – ସାଗୁ ୧ କପ୍, ୨ଟି ଆଳୁ, ୧ ଚାମଚ ଅଦା ପେଷ୍ଟ୍, ୨ଟି କଂଚାଲଙ୍କା, ଅଧା ଚାମଚ ଜିରା, ଅଧା କପ୍ ଧନିଆ ପତ୍ର, ଅଧା ଚାମଚ ସୈନ୍ଧବ ଲୁଣ, ୧ ଚାମଚ ଗୋଲାମରିଚ ଗୁଣ୍ଡ ଓ ଛାଣିବା ପାଇଁ ତେଲ ।


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସାଗୁକୁ କିଛି ସମୟ ଭିଜାଇ ଛାଣି ରଖନ୍ତୁ । ଏହାପରେ ଆଳୁକୁ ସିଝାଇ ଚକଟି ରଖନ୍ତୁ । ଗୋଟିଏ ବାଉଲରେ ଭିଜା ସାଗୁଦାନା, ଆଳୁ, ଅଦା ପେଷ୍ଟ, କଂଚାଲଙ୍କା, ଜିରା, ଧନିଆ ପତ୍ର, ଲୁଣ ଓ ଗୋଲମରିଚ ଗୁଣ୍ଡକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଅଟା ଚକଟିବା ଭଳି ଏହାକୁ ଦଳିଦିଅନ୍ତୁ । ଏହାପରେ ହାତରେ ତେଲ ଲଗାଇ ସେଥିରୁ ଅଳ୍ପ ନେଇ ଫିଙ୍ଗର୍ ଭାବେ ଗଢନ୍ତୁ । ଏହାକୁ ଆପଣ ଯେ କୌଣସି ଆକାରରେ ଗଢିପାରିବେ । ଏହାପରେ କରେଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ପିଙ୍ଗରଗୁଡ଼ିକୁ ପକାଇ ଭଲ ଭାବେ ଲାଲ୍ ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ । ପ୍ଲେଟରେ ଟିସୁ ପେପର୍ ପକାଇ ରଖନ୍ତୁ ଏବଂ ସାଗୁ ଫିଙ୍ଗରର୍ସ ଗୁଡ଼ିକୁ ବାହାର କରି ଆଣନ୍ତୁ । ଏହାଦ୍ୱାରା ଅଧିକ ତେଲ ଶୁଖି ଯାଇଥାଏ । ପ୍ରସ୍ତୁତ ହୋଇଗଲା କ୍ରିସପି ସାଗୁ ଫିଙ୍ଗରର୍ସ । ଏହାକୁ ଆପଣ ଯେ କୌଣସି ଚଟଣୀ କିମ୍ବା ହଦି ସହିତ ଖାଆନ୍ତୁ ।

Leave a Reply

Your email address will not be published. Required fields are marked *