ରୋଷେଇ – ସୁଜି ଲଡ଼ୁ
ଆବଶ୍ୟକୀୟ ଜିନିଷ – ୩ କପ୍ ସୁଜି, ଦେଢ଼ କପ୍ ଫୁଟା ଖିର, ଚିନି ୨ କପ୍, କାଜୁ, କଟା କିସମିସ୍ ଓ ପାସ୍ତା ୧ କପ୍, ଘିଅ ୩ ବଡ଼ ଚାମଚ, ଗୁରଜାତି ଗୁଣ୍ଡ ୧ ଚାମଚ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାଜୁ, କିସମିସ୍ ଓ ପିସ୍ତାକୁ ଖୁବ୍ ଛୋଟ ଛୋଟ ଖଣ୍ଡ କରି କାଟିନିଅନ୍ତୁ । ଏହାପରେ କରେଇ ସୁଜିକୁ ଭାଜନ୍ତୁ । ହାଲକା ଲାଲ୍ ହେବା ପରେ ସୁଜିକୁ ଗୋଟିଏ ବାଉଲରେ ବାହାର କରିଆଣନ୍ତୁ । ଏହାପରେ କରେଇରେ ଘିଅକୁ ଗରମ କରନ୍ତୁ । ଘିଅ ଗରମ ହେବା ପରେ ସେଥିରେ କଟା କାଜୁ, କିସମିସ୍ ଓ ପିସ୍ତାକୁ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଭଜା ହୋଇଥିବା ସୁଜିରେ ଏହି ଘିଅ ଓ ଭଜା ଡ୍ରାଏଫ୍ରୁଟସ, ଗୁଜରାତି ଗୁଣ୍ଡ, ଖିର ଓ ଚିନି ପକାଇ ଭଲ ଭାବେ ଗୋଳାନ୍ତୁ । ହାତରେ ହାଲକା ଘିଅ ଲଗାଇ ସୁଜି ଉଷୁମ ଥିବା ଅବସ୍ଥାରେ ଲଡ଼ୁ ତିଆରି କରନ୍ତୁ । ଖିର ପକାଇବା ପରେ ମଧ୍ୟ ଯଦି ସୁଜି ଶୁଖିଲା ରହୁଛି ଏବଂ ଲଡ଼ୁ ବନାଇବା ସମୟରେ ଭାଙ୍ଗିଯାଉଛି, ତେବେ ଆପଣ ଏଥିରେ ହାଲକା ପାଣି କିମ୍ବା ଆଉ କିଛି ପରିମାଣରେ ଖିର ଦେଇପାରିବେ । ପ୍ରସ୍ତୁତ ହୋଇଗଲା ସୁଜି ଲଡ଼ୁ । ଏହାକୁ ଆପଣ ଯେ କୌଣସି ପୂଜାପର୍ବରେ ମଧ୍ୟ ଭୋଗ ଲଗାଇ ପାରିବେ । କିନ୍ତୁ ଏଥିରେ ଖିର ପଡ଼ିଥିବାରୁ ଏହାକୁ ୨ ଦିନଠାରୁ ଅଧିକ ରଖନ୍ତୁ ନାହିଁ ।