ରୋଷେଇ – ପାଉଁରୁଟିରୁ ବନାନ୍ତୁ ଟେଷ୍ଟି ବ୍ରେକଫାଷ୍ଟ୍

ଆବଶ୍ୟକୀୟ ଜିନିଷ – ୬ଟି ପାଉଁରୁଟି, ଏକ କପ୍ ପିଆଜ କଟା, ୧ କପ୍ କଟା ଧନିଆ, କଟା କଂଚା ଲଙ୍କା(ରାଗ ପସନ୍ଦ ଅନୁଯାୟୀ), ୧ କପ୍ ମଟର, ୩ଟି ଟମାଟ, ୧ ଚାମଚ ଧନିଆ ପାଉଡର୍, ଅଧା ଚାମଚ ଜିରା, ଅଧା ଚାମଚ ସୋରିଷ, ଅଧା ଚାମଚ ହଳଦୀ, ୧ ଚାମଚ ଚାଟ୍ ମସଲା, ଛାଣିବା ପାଇଁ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପ୍ୟାନ୍ ବସାଇ ସେଥିରେ ୧ ବଡ଼ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସୋରିଷ ପକାନ୍ତୁ । ସୋରିଷ ଫୁଟିବା ପରେ ଗ୍ୟାସର ଆଂଚକୁ କମ୍ କରିଦେଇ ସେଥିରେ ଜିରା, ପିଆଜ, ଟମାଟ, ଧନିଆ ପତ୍ର, କଂଚା ଲଙ୍କା, ମଟର ପକାଇ ସିଝିବା ପର୍ଯ୍ୟନ୍ତ ଭଲ ଭାବେ ଘାଣ୍ଟନ୍ତୁ । ସେଗୁଡ଼ିକ ଲାଲ୍ ହୋଇଆସିଲେ ସେଥିରେ ଧନିଆ ପାଉଡର୍ ହଳଦୀ, ଚାଟ୍ ମସଲା ଓ ଲୁଣ ଦେଇ ଭଲ ଭାବେ ମିଶାଇ ଘୋଡଣୀ ଦେଇ ରଖିଦିଅନ୍ତୁ । ଏଥିରେ ଆପଣ ଚାହିଁଲେ ଫୁଲ କୋବି, ପତ୍ରକୋବି ଓ ଗାଜର ଭଳି ଅନ୍ୟ କିଛି ପରିବା ମଧ୍ୟ ମିଶାଇ ପାରିବେ । ଏହାପରେ ଗୋଟିଏ ପାଉଁରୁଟିକୁ ଆଣି ସମାନ ୮ ପିସ୍ ହେବା ଭଳି କାଟନ୍ତୁ । ଅନ୍ୟ ୫ଟି ବ୍ରେଡକୁ ମଧ୍ୟ ସେଭଳି କରନ୍ତୁ । ଏହାପରେ ଗ୍ୟାସରେ କରେଇ ବସାଇ ଛାଣିବା ତେଲ ପକାନ୍ତୁ । ତେଲ ଗରମ ହେବା ପରେ ଗ୍ୟାସକୁ ଲୋ ଫ୍ଲେମରେ ରଖି ପାଉଁରୁଟି ଖଣ୍ଡଗୁଡ଼ିକୁ ସେଥିରେ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏହାପରେ ସେଗୁଡ଼ିକୁ ଛାଣି ପୂର୍ବରୁ ପ୍ରସ୍ତୁତ ହୋଇଥିବା ଟମାଟ ମିଶ୍ରଣରେ ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣ ବ୍ରେକଫାଷ୍ଟ୍ । ଏହା ବହୁତ କଡ଼କଡ଼ିଆ ଓ ଟେଷ୍ଟି ହୋଇଥାଏ । ତେଣୁ ଗରମ ଥିବା ବେଳେ ପରଷନ୍ତୁ ।

Leave a Reply

Your email address will not be published.