ରୋଷେଇ – ଅଟା ଇଡଲି
ଆବଶ୍ୟକୀୟ ଜିନିଷ – ୧ କପ୍ ଅଟା, ୧/୩ କପ୍ (୩ଭାଗରୁ ୧ ଭାଗ) ସୁଜି, ଅଧାକପ୍ ଦହି, ୧ରୁ ୨ କପ୍ ପାଣି, ୨ ଚାମଚ ତେଲ, ୧ ଚାମଚ ସୋରିଷ, ଗୋଟିଏ କଟା କଂଚା ଲଙ୍କା, ଅଧାକପ୍ ଭୃସଙ୍ଗପତ୍ର, ୧ ଟେବୁଲ୍ ସ୍ପୁନ୍ ଚୋପାଛଡ଼ା ବିରିଡାଲି, ୧ ଟେବୁଲ୍ ସ୍ପୁନ୍ ଚଣାଡାଲି ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ କରେଇରେ ଅଟାକୁ ୨-୩ ମିନିଟ୍ ଭାଜନ୍ତୁ । ଅଟାରେ ହାଲକା ବାସ୍ନା ଆସିବା ପରେ ଏହାକୁ ଗୋଟିଏ ବାଉଲରେ ବାହାର କରି ଆଣନ୍ତୁ । ଏହାପରେ ସେଥିରେ ସୁଜି ଓ ଦହି ମିଶାନ୍ତୁ । ଏଥିରେ ଗୋଟିଏ କପ୍ ପାଣି ମିଶାନ୍ତୁ । ଆବଶ୍ୟକ ହେଲେ ଆଉ ଅଳ୍ପ ପାଣି ଦିଅନ୍ତୁ । ଏହି ପେଷ୍ଟକୁ ଅଧିକ ଗାଢା କରନ୍ତୁ ନାହିଁ । ସାଧାରଣ ଇଡଲି ପିଠା ଭଳି ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ସୁଜି ଫୁଲିବା ପାଇଁ ଏହାକୁ ୨୦ ମିନିଟ୍ ଘୋଡ଼ାଇ ରଖିଦିଅନ୍ତୁ । ଏହାପରେ କରେଇ ବସାଇ ୨ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ସୋରିଷ ପକାନ୍ତୁ । ଏହାପରେ ଭୃସଙ୍ଗପତ୍ର ଓ କଟା କଂଚା ଲଙ୍କା ପକାଇ ଭଲ ଭାବେ ଭାଜନ୍ତୁ । ଏଥିରେ ବିରିଡାଲି ଓ ଚଣାଡାଲି ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହି ଛୁଙ୍କ ହୋଇଗଲା ପରେ ତାହାକୁ ନେଇ ଅଟା ପେଷ୍ଟରେ ପକାନ୍ତୁ । ସେଥିରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ମନେ ରଖନ୍ତୁ ଏହି ପେଷ୍ଟ୍ ଇଡଲି ପିଠଉ ଭଳି ବହଳିଆ ହେବା ଦରକାର । ଏହାକୁ ଅଳ୍ପ ଅଳ୍ପ ନେଇ ଇଡଲି ଛାଞ୍ଚରେ ପକାନ୍ତୁ ଏବଂ ଇଡଲି ପିଠା ଭଳି ପ୍ରସ୍ତୁତ କରନ୍ତୁ । ପ୍ରସ୍ତୁତ ହୋଇଗଲା ଅଟା ଇଡଲି । ଏହାକୁ ପୁଦିନା ଚଟଣୀ ସହିତ ପରଷନ୍ତୁ ।