ରୋଷେଇ – ଦହି ରାଗଚଣା

ଆବଶ୍ୟକୀୟ ଜିନିଷ – ମଟର ୩ କପ୍, ଦହି ୨ କପ୍, ପଞ୍ଚ ଫୁଟଣ ୧ ଚାମଚ, ଗୋଟିଏ ଶୁଖିଲା ଲଙ୍କା, କଟା ପିଆଜ ୧କପ୍, କଟା ଧନିଆ ପତ୍ର ଅଧାକପ୍, ଜିରା ପାଉଡର୍ ୧ ଚାମଚ, ହଳଦୀ ୧ ଚାମଚ, ୨ ଚାମଚ ତେଲ, ଗୋଟିଏ କଟା କଞ୍ଚା ଲଙ୍କା, ୧ ଚାମଚ ଗରମ ମସଲା, ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟରକୁ ସିଝାଇ ରଖନ୍ତୁ । (ମନେ ରଖିବେ ମଟର ଫିଟିଯିବା ଭଳି ଅଧିକ ସିଝାଇବେ ନାହିଁ ।) ଏହାପରେ କରେଇରେ ତେଲ ଦେଇ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ପଞ୍ଚଫୁଟଣ ଓ ଶୁଖିଲା ଲଙ୍କା ପକାନ୍ତୁ । ଫୁଟଣ ଭାଜି ହୋଇଯିବା ପରେ ସେଥିରେ ପିଆଜ, ଜିରା ପାଉଡର୍ ଓ କଂଚା ଲଙ୍କା ପକାଇ ଭଲ ଭାବେ ଭାଜନ୍ତୁ । ଏହାପରେ ସେଥିରେ ସିଝା ମଟରକୁ ପକାଇ ଧନିଆ ପତ୍ର, ହଳଦୀ, ଗରମ ମସଲା, ଲୁଣ ଓ ଅଳ୍ପ ପାଣି ଦେଇ ଘୋଡ଼ଣୀ ଦେଇଦିଅନ୍ତୁ । ଏହାକୁ ପ୍ରାୟ ୧୦ରୁ ୧୫ ମିନିଟ୍ ସିଝିବାକୁ ଦିଅନ୍ତୁ । ଏହାପରେ ଘୋଡ଼ଣୀ ବାହାର କରି ସେଥିରେ ଦହି ପକାନ୍ତୁ ଏବଂ ଭଲ ଭାବେ ଗୋଲାଇ ଦିଅନ୍ତୁ । ଏହାକୁ ପୁଣିଥରେ ଘୋଡ଼ଣୀ ଦେଇ ୨-୩ ମିନିଟ୍ ମିଡିୟମ୍ ଫ୍ଲେମରେ କୁକ୍ କରନ୍ତୁ । ପ୍ରସ୍ତୁତ ହୋଇଗଲା ଦହି ରାଗଚଣା । ଏହାକୁ ଗରମ ରୁଟି କିମ୍ବା ପରଟା ସହିତ ପରଷନ୍ତୁ ।

Leave a Reply

Your email address will not be published. Required fields are marked *