ରୋଷେଇ – ଟମାଟ କଲରା ରାଇ

ଆବଶ୍ୟକୀୟ ଜିନିଷ – ଗୋଟିଏ କଟା କଲରା, ୨-୩ଟି ମଧ୍ୟମ ସାଇଜର କଟା ଟମାଟ, (ବଡ଼ ଟମାଟ ଗୋଟିଏ), ବଟା ସୋରିଷ ୨-୩ ଚାମଚ,୧୦ଟି ଭଜା ବଡ଼ି, ୨ ଚାମଚ ତେଲ, ୧ ଚାମଚ ପଞ୍ଚ ଫୁଟଣ, ପିଆଜ କଟା ୧ କପ୍, ରସୁଣ ଓ ଅଦା ବଟା ୧ ବଡ଼ ଚାମଚ, ତେଲ ୨ ଚାମଚ, ଗୋଟିଏ କଟା କଞ୍ଚାଲଙ୍କା, ୧/୨ ଚାମଚ ହଳଦୀ ଗୁଣ୍ଡ, ଭୃସଙ୍ଗ ପତ୍ର ୧ କପ୍, ଦେଢ଼ କପ୍ ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଟା କଲରାକୁ ହାଲକା ସିଝାଇ ତା’ର ପିତା ପାଣିକୁ ଛାଣି ରଖନ୍ତୁ । ଏହାପରେ ଏକ କରେଇ ବସାଇ ସେଥିରେ ୨ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ପଞ୍ଚଫୁଟଣ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଫୁଟଣ ଲାଲ୍ ହେବା ପରେ ସେଥିରେ ପିଆଜ ପକାନ୍ତୁ । ପିଆଜ ଅଳ୍ପ ଭାଜି ହେବା ପରେ ଅଦା ଓ ରସୁଣ ପେଷ୍ଟ ଦେଇ ୧ରୁ ୨ ମିନିଟ୍ କସି ଦିଅନ୍ତୁ । ଏହାପରେ ଟମାଟ, ବଟା ସୋରିଷ ଓ ସିଝା କଲରାକୁ ପକାଇ ଭଲ ଭାବେ ଗୋଳାନ୍ତୁ । ଏହାକୁ ଢାଙ୍କୁଣୀ ଦେଇ ଟମାଟ ଓ କଲରାକୁ ୧୦ ମିନିଟ୍ କୁକ୍ ହେବାକୁ ଦିଅନ୍ତୁ । ୧୦ ମିନିଟ୍ ପରେ ଢାଙ୍କୁଣୀ ବାହାର କରି ସେଥିରେ ଭୃସଙ୍ଗ ପତ୍ର, କଂଚା ଲଙ୍କା, ହଳଦୀ ଓ ସ୍ୱାଦ ଅନୁଯାୟୀ ଲୁଣ ଓ ପାଣି ଦିଅନ୍ତୁ । ଏହାପରେ ଆଉ କିଛି ସମୟ ଢାଙ୍କୁଣୀ ଦେଇ ଗ୍ୟାସକୁ ଲୋ ଆଂଚରେ ରଖି ଏହାକୁ ସିଝାନ୍ତୁ । ପ୍ରସ୍ତୁତ ହୋଇଗଲା କଲରା ଟମାଟ ରାଇ । ଏହାକୁ ଗରମ ଭାତ ସହିତ ପରଷନ୍ତୁ ।

Leave a Reply

Your email address will not be published. Required fields are marked *