ରୋଷେଇ – କଲରା ସାକରା
ଆବଶ୍ୟକୀୟ ଜିନିଷ – ୨୦୦ଗ୍ରାମ୍ କଲରା, ଅଧାପକ୍ ଗୁଡ଼, ୩ ଚାମଚ ଗାଢ଼ା ତେନ୍ତୁଳି ରସ, ୧ ଚାମଚ ପଞ୍ଚ ଫୁଟଣ, ଗୋଟିଏ କଞ୍ଚା ଲଙ୍କା, ୧/୨ ଚାମଚ ହଳଦୀ ଗୁଣ୍ଡ,୧ ଚାଚମ ତେଲ, ୧ କପ୍ ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଲରାକୁ ଧୋଇ ପତଳା ଗୋଲଗୋଲ୍ ଖଣ୍ଡ କରି କାଟନ୍ତୁ । ଏହାପରେ ତାହାକୁ ଅଳ୍ପ ସିଝାଇ ନିଅନ୍ତୁ । ସିଝିବା ପରେ ତାହାର ପିତା ପାଣି ଓ କଲରାର ମଞ୍ଜି ବାହାର କରିନିଅନ୍ତୁ । ଏହାକୁ କିଛି ସମୟ ରଖିବା ପରେ କରେଇ ବସାଇ ୧ କପ୍ ପାଣି ଦିଅନ୍ତୁ । ପାଣି ଭଲ ଭାବେ ଫୁଟିବା ପରେ ସେଥିରେ ସିଝା ହୋଇଥିବା କଲରା ପକାନ୍ତୁ । ଏହାପରେ ସେଥିରେ ଗୁଡ଼ ଓ ତେନ୍ତୁଳି ମଣ୍ଡ ଦିଅନ୍ତୁ । ମନେ ରଖନ୍ତୁ କଲରାରେ ଅଧିକ ପାଣି ଦେବେ ନାହିଁ । ଲଙ୍କା କାଟି ପକାନ୍ତୁ । ହଳଦି ଓ ଲୁଣ ଦେଇ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ । ଏହାପରେ ପ୍ୟାନ୍ ବସାଇ ତେଲ ଦିଅନ୍ତୁ । ସେଥିରେ ପଞ୍ଚ ଫୁଟଣ ଦେଇ ଛୁଙ୍କ କରନ୍ତୁ । କଲରା ଭଲ ଭାବେ ସିଝିବା ପରେ ସେଥିରେ ଏହି ଛୁଙ୍କ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କଲରା ସାକରା । କଲରା ଭଳି ପିତା ଜିନିଷରେ ମିଠା ରେସିପି ପ୍ରସ୍ତୁତ କରି ସମସ୍ତଙ୍କୁ ପରଷନ୍ତୁ ।